ରାୟଗଡ଼ାରେ BSP ଦଳର ମିଶ୍ରଣ ପର୍ବ, ପ୍ରାୟ ୩୦ ଜଣ ନେତା–କର୍ମୀ ଯୋଗଦେଲେ
ରାୟଗଡ଼ା ଜିଲ୍ଲାରେ ବହୁଜନ ସମାଜ ପାର୍ଟି ପକ୍ଷରୁ ଆଜି ଏକ ମିଶ୍ରଣ ପର୍ବ ସଫଳତାର ସହ ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ BSP ର ରାଜ୍ୟସଭା ପତି ଜିତୁ ଜାକାସିକାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା।

ରାୟଗଡ଼ା ଜିଲ୍ଲାର ବିଭିନ୍ନ ପଞ୍ଚାୟତରୁ ପ୍ରାୟ ୩୦ ଜଣ ନେତା ଓ କାର୍ଯ୍ୟକର୍ତ୍ତା ଅଧିକାରିକ ଭାବେ ବହୁଜନ ସମାଜ ପାର୍ଟିରେ ଯୋଗଦେଇଥିଲେ।
ମୁନିଗୁଡ଼ା ବ୍ଲକ, କଲ୍ୟାଣୀସିଂପୁର ବ୍ଲକ ଏବଂ ବିଷମ କଟକ ବ୍ଲକରୁ ଆସିଥିବା ଅନେକ ସମର୍ଥକ BSP ଦଳର ନୀତି ଓ ଆଦର୍ଶରେ ପ୍ରଭାବିତ ହୋଇ ଦଳରେ ସାମିଲ ହୋଇଥିଲେ।
ଏହି ଅବସରରେ ଜିତୁ ଜାକାସିକା କହିଥିଲେ ଯେ, ବହୁଜନ ସମାଜ ପାର୍ଟି ସର୍ବଦା ଗରିବ, ଶୋଷିତ ଓ ଦଳିତ ବର୍ଗଙ୍କ ଅଧିକାର ପାଇଁ ସଂଘର୍ଷ କରିଆସୁଛି।
ଆଗାମୀ ଦିନରେ ରାୟଗଡ଼ା ଜିଲ୍ଲାରେ BSP ଦଳ ଆହୁରି ସୁଦୃଢ଼ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ଦଳରେ ନୂତନ ଭାବେ ଯୋଗଦେଇଥିବା ସଦସ୍ୟମାନେ ମଧ୍ୟ ଦଳକୁ ଶକ୍ତିଶାଳୀ କରିବା ସହ ସାଧାରଣ ଲୋକଙ୍କ ସମସ୍ୟାକୁ ଆଗକୁ ଆଣିବା ପାଇଁ ସକ୍ରିୟ ଭାବେ କାମ କରିବେ ବୋଲି ମତ ପ୍ରକାଶ କରିଥିଲେ।
Share this article
View More
ବିଷମକଟକରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଆରମ୍ଭ
Mar 22, 2026
BSP Press Conference in Rayagada: Strong Attack on MPs & MLAs Over Public Issues
Feb 13, 2026
କୁତ୍ରା ରେ ନବ ନିଯୁକ୍ତ କର୍ମକର୍ତ୍ତା ଙ୍କୁ ବ୍ଲକ କଂଗ୍ରେସ କର୍ମୀ ଙ୍କ ସମ୍ବର୍ଦ୍ଧନା
Jan 29, 2026
ବିଷମକଟକରେ ବିଜେପିର ବଡ଼ ମିଶ୍ରଣ ପର୍ବ: ବିଜୟ କିଶୋର ପଟ୍ଟନାୟକ ସହ ଶତାଧିକ କର୍ମୀଙ୍କ ଯୋଗଦାନ
Jan 24, 2026
ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ରେ BSP ମିଶ୍ରଣ ପର୍ବ | ଗୌରୀ ପ୍ରସାଦ ପାତ୍ର BSPରେ ଯୋଗ
Dec 23, 2025
Stay Updated
Subscribe to our newsletter for latest updates.