ପ୍ରେମ ପ୍ରତାରଣା ଅଭିଯୋଗ: ବିବାହ ଜିଦ ପରେ ପ୍ରେମିକ ଫେରାର | କୁତ୍ରା ଥାନା
ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅନ୍ତର୍ଗତ ପୁରକାପାଲି ଅଢାପଡା ଗ୍ରାମର ଜନୈକ ୨୭ ବର୍ଷୀୟ ଯୁବତୀ ପ୍ରେମ ପ୍ରତାରଣା ଅଭିଯୋଗରେ କୁତ୍ରା ଥାନାରେ ଏତଲା ଦାୟର କରିଥିବା ଜଣାପଡ଼ିଛି। ଯୁବତୀଙ୍କ ଅଭିଯୋଗ ଅନୁସାରେ, ବଡ଼ଗାଁ ଥାନା ଅନ୍ତର୍ଗତ ଗରିଆମାଲ ଗ୍ରାମର ୨୮ ବର୍ଷୀୟ ଯୁବକ ରାଜେଶ ପାନ୍ନାଙ୍କ ସହ ଗତ ଏକ ବର୍ଷରୁ ଅଧିକ ସମୟ ଧରି ପ୍ରେମ ସମ୍ପର୍କ ରହିଥିଲା।
ଅଭିଯୋଗ ଅନୁସାରେ, ରାଜେଶ ଯୁବତୀଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ସମ୍ପର୍କ ଜାରି ରଖିଥିଲେ। କିନ୍ତୁ ସମୟ ବିତିବା ସହିତ ବିବାହ ପାଇଁ କୌଣସି ସ୍ପଷ୍ଟ ପଦକ୍ଷେପ ନ ନେଇ ଦିନ ଗଡ଼ାଇ ଚାଲିଥିଲେ। ଯୁବତୀ ଜଣକ ନିକଟରେ ବିବାହ ପାଇଁ ଜିଦ ଧରିବା ପରେ, ଅଭିଯୁକ୍ତ ରାଜେଶ ପାନ୍ନା କୁଆଡେ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।
ଏହା ପରେ ନିଜକୁ ପ୍ରତାରିତ ମନେ କରି ଯୁବତୀ ଜଣକ କୁତ୍ରା ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଏତଲା ଦେଇଛନ୍ତି। ପୋଲିସ ଏତଲା ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଥିବା ସହ ଫେରାର ଅଭିଯୁକ୍ତକୁ ଖୋଜିବା ପାଇଁ ତନାଘନା ଚାଲିଥିବା ଜଣାପଡ଼ିଛି।
ଘଟଣାଟି ସୁନ୍ଦରଗଡ଼ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ, ପୋଲିସ ତଦନ୍ତ ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି।
(ସୁନ୍ଦରଗଡ଼ ଜିଲ୍ଲା କୁତ୍ରାରୁ ଦେବେନ୍ଦ୍ର ପୁରୋହିତଙ୍କ ରିପୋର୍ଟ – ବିପ୍ଲବୀ ପରିକ୍ରମା)

Share this article
View More
ଲାଞ୍ଜିବେରଣାରେ ଆଦିବାସୀଙ୍କ ଜମି ବିବାଦ 140 ଦିନରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଗୁହାରି
Apr 20, 2026
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
Stay Updated
Subscribe to our newsletter for latest updates.