Biplabi Parikrama
Breaking

* ଅନଖର୍ଚ୍ଚିତ ବଜେଟ ଅର୍ଥ ନେଇ ପ୍ରଶ୍ନ: ବିରୋଧୀଙ୍କ ହିସାବ ଦାବି    |   

* ପରିବର୍ତ୍ତିତ ହେଲା ରାଜଭବନର ନାମ: ଏଣିକି ‘ଲୋକଭବନ’    |   

* Winter eases across Odisha, but Kandhamal remains in deep chill    |   

Home > Odisha > ଲାଞ୍ଜିବେରଣାରେ ଆଦିବାସୀଙ୍କ ଜମି ବିବାଦ 140 ଦିନରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଗୁହାରି

ଲାଞ୍ଜିବେରଣାରେ ଆଦିବାସୀଙ୍କ ଜମି ବିବାଦ 140 ଦିନରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଗୁହାରି

By brother ansu Apr 20, 2026 0 min read
ଲାଞ୍ଜିବେରଣାରେ ଆଦିବାସୀଙ୍କ ଜମି ବିବାଦ 140 ଦିନରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଗୁହାରି
ଲାଞ୍ଜିବେରଣାରେ ଆଦିବାସୀଙ୍କ ଜମି ବିବାଦ 140 ଦିନରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଗୁହାରି

ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଅନ୍ତର୍ଗତ ଲାଞ୍ଜିବେରଣା ଗ୍ରାମରେ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ ଓ ସ୍ଥାନୀୟ ଆଦିବାସୀ ମାନଙ୍କ ମଧ୍ୟରେ ଚାଲୁଥିବା ଜମି ବିବାଦ ଏବେ ଗୁରୁତର ଆକାର ନେଇଛି। ଏହି ଆନ୍ଦୋଳନ ଆଜି 140 ଦିନରେ ପହଞ୍ଚିଥିବା ବେଳେ ଜମି ହରାଉଥିବା ଆଦିବାସୀ ମାନେ ନ୍ୟାୟ ପାଇଁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଗଣମାଧ୍ୟମ ମାଧ୍ୟମରେ ଗୁହାରି କରିଛନ୍ତି।

“ଫୋରମ୍ ଫୋର୍ ଗ୍ରାମ ସଭା” ଓ ପ୍ରଭାବିତ ଗ୍ରାମବାସୀ ମାନେ କହିଛନ୍ତି ଯେ ସେମାନେ ଡାଲମିଆ ସିମେଣ୍ଟ କମ୍ପାନୀ, ଜିଲ୍ଲା ପ୍ରଶାସନ, ରାଜସ୍ୱ ବିଭାଗ, ଲୋକସଭା ସଦସ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଷ୍ଟ୍ରପତିଙ୍କୁ ନିଜ ନ୍ୟାୟସଂଗତ ଦାବି ପାଇଁ ଅନୁରୋଧ କରିଛନ୍ତି।

ପ୍ରଦର୍ଶନକାରୀମାନେ ଅଭିଯୋଗ କରିଛନ୍ତି ଯେ ସଂବିଧାନର ସୃଷ୍ଟା ବାବାସାହେବ ଡ଼ଃ ଭିମରାଓ ଆମ୍ବେଦକର ଯେଉଁ ଉଦ୍ଦେଶ୍ୟରେ ଆଦିବାସୀ ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିଥିଲେ, ତାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ। ସେମାନଙ୍କ କଥାରେ, ଜନପ୍ରତିନିଧି ଓ ପ୍ରଶାସନ ଆଦିବାସୀଙ୍କ ପକ୍ଷରେ ନଥାଇ ପୁଞ୍ଜିପତିଙ୍କ ପକ୍ଷରେ କାମ କରୁଛନ୍ତି।

ଏହା ସହିତ ସେମାନେ କହିଛନ୍ତି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା କାଲି ରାଉରକେଲା ଆସୁଥିବା ସତ୍ତ୍ୱେ ମଧ୍ୟ ସେମାନଙ୍କୁ ମିଳିବା ପାଇଁ ସମୟ ମିଳିନଥିଲା, ଯାହାକୁ ସେମାନେ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଏହି ପରିସ୍ଥିତିରେ ସେମାନେ ଗଣମାଧ୍ୟମ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ନ୍ୟାୟ ପାଇଁ ଅନୁରୋଧ କରିଛନ୍ତି।

ପ୍ରଦର୍ଶନରେ ସରପଞ୍ଚ ବିନୟ ବାର୍ଲା, ବିଭୋଲ ଟପ୍ପୋ, ହିରାମଣି ମିଞ୍ଜ, ରାକେଶ ଡୁଙ୍ଗଡୁଙ୍ଗ ଓ ସାମାଜିକ କାର୍ଯ୍ୟକର୍ତ୍ତା ଆଲବର୍ଟ କିଣ୍ଡୋ ସହିତ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

ଏହି ଘଟଣା ସୁନ୍ଦରଗଡ଼ ଜିଲ୍ଲାରେ ଆଦିବାସୀ ଅଧିକାର ଓ ଜମି ସୁରକ୍ଷା ନେଇ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।

No video available for this news.