ପୋଲିଥିନ ଟାଣି ରହୁଥିବା ବିଧବା ମହିଳାଙ୍କୁ କୋଶଳ ସମାଜ ପକ୍ଷରୁ କମ୍ବଳ ବିତରଣ:ଘର ଓ ଭତ୍ତା ଦାବି
ସୁନ୍ଦରଗଡ ତା.୧୩/୧୨/୨୫ (ଦିଲୀପ କୁମାର ପଣ୍ଡା ) କୋଶଳ ସମାଜ ପକ୍ଷରୁ ଜଣେ ବିଧବା ମହିଳା ତାଙ୍କ ପୁଅ ଙ୍କ ସହ ପୋଲିଥିନ ଜରି ଟାଣି ଅତି ଦୟନିୟ ଭାବେ ରହୁଛନ୍ତି ତାଙ୍କୁ କମ୍ବଳ ଓ ଖାଦ୍ଯ ପ୍ଯାକେଟ ପ୍ରଦାନ କରାଯାଇଛି । ଏଠାରେ ପ୍ରକାଶ ଥାଉ କି ସଦର ବ୍ଲକ ଅର୍ନ୍ତଗତ ବିରବିରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିରବିରା ଗାଁ କିସାନ ପଡା ରେ ମାଟିକାନ୍ଥ ଉପରେ ପୋଲିଥିନ ଟାଣି ଜଣେ ୪୩ବର୍ଷର ଜଣେ ବିଧବା ମହିଳା ପୁଷ୍ପା ଡେଲକି ତାଙ୍କ ୧୨ବର୍ଷର ପୁଅ ଯେକି ଷଷ୍ଠ ଶ୍ରେଣୀରେ ଗାଁର ସରକାରୀ ବିଦ୍ଯାଳୟ ରେ ପଢେ ତାସହିତ ରହୁଛନ୍ତି। ପୁଷ୍ପା ଡେଲକିଙ୍କର ସ୍ବାମୀ ମୃତ ସୁରେନ୍ଦ୍ର ଡେଲକି ୫ ବର୍ଷ ଆଗରୁ ଅନ୍ଯ ଏକ ମହିଳାକୁ ଆଣି ସ୍ତ୍ରୀ ଭାବେ ରଖିବାରୁ ସ୍ବାମୀ ସାଙ୍ଗ ରେ ଝଗଡା ହୋଇ ଥିଲା । ପୁଷ୍ପା ନିଜ ବାପା ଘରକୁ ଚାଲି ଆସି ଥିଲେ । କିଛିଦିନ ପରେ ତାଙ୍କ ର ଭାଇ ଘରୁ ବାହାର କରିଦେଇଥିଲେ । ତାଙ୍କର ବାପା ଏକ ମାଟିକାନ୍ଥ ଦେଇ ପୋଲିଥିନ ଟାଣି ଦେ ଇଥିଲେ । ସେହିଦିନଠାରୁ ପ୍ରାୟ ୫ବର୍ଷ ହେବ ଏହି କୁଡିଆ ଘରେ ବିନା କବାଟ ବିନା ଖଟ ରେ ରହି ଆସୁଛନ୍ତି। ଗତ ୨ବର୍ଷ ରୁ ବେଶି ହେବ ତାଙ୍କ ର ସ୍ବାମୀ ମୃତ ସୁରେନ୍ଦ୍ର ଙ୍କର ମୃତ୍ଯୁ ହୋ ଇଥିଲେ ମଧ୍ଯ ବିଧବା ଭତ୍ତା ମିଳୁନାହିଁ କିମ୍ବା କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସଯୋଜନାରେ ତାଙ୍କୁ ଘର ଟିଏ ଯୋଗାଇ ଦେବାରେ ପଞ୍ଚାୟତ, ବ୍ଲକ କିମ୍ବ ଜିଲ୍ଲ ପ୍ରଶାସନ ସୁନ୍ଦରଗଡ ପକ୍ଷରୁ ପଦକ୍ଷେପ ନିଆ ଯାଇ ନାହିଁ । ପୁଷ୍ପା ଡେଲକି ଙ୍କର ଏପରି ଅବସ୍ଥା ଥିବା ଜାଣି କୋଶଳ ସମାଜ ମହାସଚିବ ଦିଲିପ କୁମାର ପଣ୍ଡାଙ୍କ ନେତୃତ୍ବ ରେ ସଂଗଠନର ଏକ ପ୍ରତିନିଧି ଦଳ ବିରବିରା କିସାନପଡାକୁ ଯାଇ ପୁଷ୍ପ କୁ ଭେଟି ତାର ସମସ୍ତ ସମସ୍ଯା ବିଷୟରେ ବୁଝି ଏହାର ତୁରନ୍ତ ସମାଧାନ ହିସାବରେ ଏକ ପକ୍କା ଘର ଓ ବିଧବା ଭତ୍ତା ଦେବାକୁ ଜିଲ୍ଲାପାଳ ଙ୍କ ଠାରେ ଜୋରଦାର ଦାବି କରିଥିଲେ । ଶିତ ପ୍ରକୋପରୁ ରକ୍ଷା ପାଇବା ପାଇଁ କମ୍ବଳ ପ୍ରଦାନ କରାଯାଇ ଥିଲା ।ପ୍ରତିନିଧି ମଣ୍ଡଳୀରେ କୋଶଳ ସମାଜ ମହାସଚିବ ଦିଲିପ କୁମାର ପଣ୍ଡାଙ୍କ ସହିତ କୋଶଳ ମହିଳା ସଚିବ ଶ୍ରୀମତୀ ପଦ୍ମା ଦେବୀ, ଜିଲ୍ଲା ସଚିବ ରାଜେଶ ନାଏକ, ଛାତ୍ର ସଚିବ କୋଶଳିକା ଭାରତୀ । ବିରବିରା କିସାନ ପଡାର ଧନୁ କିସାନ, ସରସ୍ବତୀ ମାଝୀ, ସହଦେବ କିସାନ, ବୁଦରାମ ମାଝୀ, ବୁଇ କିସାନ, ନିନି ପ୍ରଧାନ, ସତ୍ଯବତୀ କିସାନ ପ୍ରମୁଖ ଉପସ୍ଥିତ ରହି ପୁଷ୍ପା ଡେଲକି ର ସମସ୍ଯା ସହିତ ଗାଁର ଅନ୍ଯ ସମସ୍ଯା ଉପରେ ଆଲୋଚନା ହୋଇ ଥିଲା ।
Share this article
View More
ଲାଞ୍ଜିବେରଣାରେ ଆଦିବାସୀଙ୍କ ଜମି ବିବାଦ 140 ଦିନରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଗୁହାରି
Apr 20, 2026
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
Stay Updated
Subscribe to our newsletter for latest updates.