କୁତ୍ରା ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ରେ ଜିଲ୍ଲା ସ୍ତରୀୟ ସ୍କାଉଟ ଗାଇଡ଼ କେମ୍ପୋରି ଉଦଘାଟିତ
କୁତ୍ରା୧୦/୧୨( ବିପ୍ଲବୀ ପରିକ୍ରମା -
ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ରୁ ଦେବେନ୍ଦ୍ର ପୁରୋହିତ ଙ୍କ ରିପୋର୍ଟ)

ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ପିଏମ ଶ୍ରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଅପରାହ୍ନ ରେ ଏକ ବାର୍ଣ୍ଣାଢ୍ୟ ତଥା ଅତ୍ୟନ୍ତ ମନୋରମ ପରିବେଶ ରେ ସୁନ୍ଦରଗଡ଼ ଜିଲ୍ଲା ସ୍ତରୀୟ ସ୍କାଉଟ ଆଣ୍ଡ ଗାଇଡ଼ କେମ୍ପରି ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇ ଯାଇଛି।ଏଥି ନିମନ୍ତେ ଆୟୋଜିତ ସଭାରେ ମୂଖ୍ୟ ଅତିଥି ରୂପେ ଶନ୍ତା ନୂତନ ସମାଦ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନ୍ଦରଗଡ ଯୋଗ ଦେଇ ସ୍କାଉଟ ଶାଖା ରେ ଅଂଶ ଗ୍ରହଣ କରି ଥିବା ଛାତ୍ର ଛାତ୍ରୀ ମାନେ ଏକ ଶୃଙ୍ଖଳିତ ଜୀବନ ଯାପନ ସହ ଦେଶ ସେବା କରିବାର ମନୋବୃତ୍ତି ପରିପ୍ରକାଶ କରିଛନ୍ତି ବୋଲି ମତ ବ୍ୟକ୍ତ କରିଥିଲେ। ଅଜୟ କୁମାର ପ୍ରଧାନ ଡି ପି ଇଓ ବିବରଣୀ ପାଠ କରିଥିଲେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନଳିନୀ କାନ୍ତ ଶାସନି ସ୍ୱାଗତ ଭାଷଣ ଦେଇଥିଲେ ଓ ବରିଷ୍ଠ ଶିକ୍ଷକ ଡ଼ଃ.ବିଭୀଷଣ ବାରିକ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ସହ ମଞ୍ଚ ପରିଚଳନା କରିଥିଲେ। ଏଥିରେ କୁତ୍ରା ଗୋଷ୍ଠି ଶିକ୍ଷା ଅଧିକାରୀ ଅନନ୍ତ କୁମାର ନାଏକ, ଡି ଆଇ ଇ ଟି ଅଧ୍ୟକ୍ଷା ଲିପିକା ବେହେରା, ଓଡିଶା ରାଜ୍ୟ ଭାରତ ସ୍କାଉଟସ ଆଣ୍ଡ ଗାଇଡ୍ସ ରାଜ୍ୟ କମିଶନର ଡ଼ଃ. ଅରୁଣ କୁମାର ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସାରଙ୍ଗ ଧର ବରିହା ପ୍ରମୁଖ ଅତିଥି ବୃନ୍ଦ ମଂଚାସୀନ ଥିଲେ। ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ମୁଖ୍ୟ କମିଶନର ମୁରଲୀଧର ବେହେରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ବିଦ୍ୟାଳୟ ସହକାରୀ ଶିକ୍ଷକ ତଥା ସ୍କାଉଟ ମାଷ୍ଟର ଧୃତି ସୁନ୍ଦର ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକଙ୍କୁ ମନମୁଗ୍ଧ କରିଥିଲେ। ସୂଚନା ଏହିକି କୁତ୍ରା ବ୍ଲକ ତଥା କୁତ୍ରା ଗ୍ରାମ ଟି ପ୍ରାୟତଃ ସୁନ୍ଦରଗଡ଼ ଜିଲ୍ଲାର ମଧ୍ୟ ସ୍ଥଳ ହୋଇ ଥିବାରୁ ଏହି ବିଦ୍ୟାଳୟ ରେ ଜିଲ୍ଲା ସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇ ଆସୁଛି।
Share this article
View More
ଲାଞ୍ଜିବେରଣାରେ ଆଦିବାସୀଙ୍କ ଜମି ବିବାଦ 140 ଦିନରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଗୁହାରି
Apr 20, 2026
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
Stay Updated
Subscribe to our newsletter for latest updates.