Biplabi Parikrama
Breaking

* ଅନଖର୍ଚ୍ଚିତ ବଜେଟ ଅର୍ଥ ନେଇ ପ୍ରଶ୍ନ: ବିରୋଧୀଙ୍କ ହିସାବ ଦାବି    |   

* ପରିବର୍ତ୍ତିତ ହେଲା ରାଜଭବନର ନାମ: ଏଣିକି ‘ଲୋକଭବନ’    |   

* Winter eases across Odisha, but Kandhamal remains in deep chill    |   

Home > Odisha > ବିଷମ କଟକରେ ଧୁମଧାମରେ ପାଳିତ ହେଲା ଉତ୍କଳ ଦିବସ – ବିଭିନ୍ନ କ୍ଷେତ୍ରର କୃତୀ ବ୍ୟକ୍ତି ସମ୍ମାନିତ

ବିଷମ କଟକରେ ଧୁମଧାମରେ ପାଳିତ ହେଲା ଉତ୍କଳ ଦିବସ – ବିଭିନ୍ନ କ୍ଷେତ୍ରର କୃତୀ ବ୍ୟକ୍ତି ସମ୍ମାନିତ

By brother ansu Apr 02, 2026 0 min read
ବିଷମ କଟକରେ ଧୁମଧାମରେ ପାଳିତ ହେଲା ଉତ୍କଳ ଦିବସ – ବିଭିନ୍ନ କ୍ଷେତ୍ରର କୃତୀ ବ୍ୟକ୍ତି ସମ୍ମାନିତ
ବିଷମ କଟକରେ ଧୁମଧାମରେ ପାଳିତ ହେଲା ଉତ୍କଳ ଦିବସ – ବିଭିନ୍ନ କ୍ଷେତ୍ରର କୃତୀ ବ୍ୟକ୍ତି ସମ୍ମାନିତ

ବିଷମ କଟକ ରେ ଧୁମଧାମରେ ପାଳିତ ହେଲା ପବିତ୍ର ଉତ୍କଳ ଦିବସ। ନବୀନ ବିକାଶ ଚାରି ଟେବୁଲ୍ ଟ୍ରଷ୍ଟ ର ପ୍ରୟାସରେ ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ଆଡମ୍ବରରେ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମ ଆରମ୍ଭରେ ସର୍ବପ୍ରଥମେ ମହାପ୍ରଭୁ ଜଗତର ନାଥ ଶ୍ରୀ ଜଗନ୍ନାଥ ଓ ଇଷ୍ଟ ଦେବୀ ମାଁ ମାର୍କମାଙ୍କ ଫୋଟୋଚିତ୍ରରେ ପୁଷ୍ପ ଓ ଧୂପ ଅର୍ପଣ କରାଯାଇ ଭକ୍ତିମୟ ପରିବେଶ ମଧ୍ୟରେ ଉତ୍ସବର ଶୁଭାରମ୍ଭ କରାଯାଇଥିଲା।

ଏହି ଅବସରରେ ସମସ୍ତ ଉପସ୍ଥିତ ଅତିଥି ଓ ଅଂଶଗ୍ରହୀମାନେ ଏକ ସ୍ୱରରେ ଓଡ଼ିଶାର ଗୌରବମୟ ଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କରିଥିଲେ, ଯାହା ପରିବେଶକୁ ଦେଶଭକ୍ତିରେ ଭରିଦେଇଥିଲା।

ବାଳ ମୁକୁନ୍ଦ ପାଳ ଓ ଅମିତ କୁମାର ପାଢ଼ୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ସ୍ଥାନୀୟ ଲୋକମାନେ ଓ ଡିଆଇଟି ର ଛାତ୍ର ଛାତ୍ରୀ ମାନଙ୍କ ସହଭାଗୀତା ଦେଖିବାକୁ ମିଳିଥିଲା।

ମୁଖ୍ୟ ଅତିଥି ଭାବେ ବ୍ଲକ୍ ଉପାଧ୍ୟକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ ଯୋଗଦେଇଥିବା ବେଳେ, ସମ୍ମାନୀତ ଅତିଥି ଭାବେ ଡିଆଇଟି ପ୍ରିନ୍ସିପାଲ ଜଗନ୍ନାଥ ମେହେର, ହାଇ ସ୍କୁଲ୍ ର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦୀପ, ପୂର୍ବତନ ବ୍ୟାଙ୍କ୍ ମ୍ୟାନେଜର୍ ଶଙ୍କର୍ଷଣ ଦାସ, ବରିଷ୍ଠ ହିନ୍ଦୀ ଶିକ୍ଷକ ଶ୍ରୀ ରଙ୍ଗ ନାୟକ, ବରିଷ୍ଠ ସମାଜସେବୀ ଶ୍ରୀ ନେତ୍ରାନନ୍ଦ ସତପଥୀ, ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ରମେଶ ଗୌଡ ଓ ଗୌଡ ସମାଜର ସଭାପତି ଶ୍ରୀ ତ୍ରିନାଥ ଗୌଡ ମଞ୍ଚରେ ଉପସ୍ଥିତ ଥିଲେ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତୀ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା। ଲକ୍ଷ୍ୟ ପତି ଏସଏଚଜି ମହିଳା ଶ୍ରୀମତୀ ସିଙ୍ଗାରୀ ୱାଡାକା, ପିଏଲଭି ବେଷ୍ଟ୍ ଭଲୁଣ୍ଟିଅର୍ ଶ୍ରୀମତୀ ଏସ୍‌କେ ପଙ୍କଜିନୀ ନାୟକଙ୍କୁ ସମ୍ମାନ ଦିଆଯାଇଥିଲା।

ସେହିପରି ବରିଷ୍ଠ ସାମ୍ବାଦିକ ଶ୍ରୀ ଶିବ ପ୍ରସାଦ ପାଢ଼ୀ, ଶ୍ରୀ ନରତ୍ତମ ପାଢ଼ୀ, ଶ୍ରୀ କାଶୀନାଥ ପାଳ, ଶ୍ରୀ ଦିଲ୍ଲୀପ କୁମାର ପଢ଼ୀଆରୀ, ଯୁବ ସାମ୍ବାଦିକ ଶ୍ରୀ ଶୁଭମ ମହାପାତ୍ର ଓ ଯୁବ ସମାସେବୀ ତଥା ସାମ୍ବାଦିକ ଶ୍ରୀ ଜବାବ ପାଲକାଙ୍କୁ ମଧ୍ୟ ସମ୍ମାନ ଜଣାଯାଇଥିଲା।

ଏହା ସହିତ କଳା, ସଂସ୍କୃତି ଓ ଐତିହ୍ୟ ରକ୍ଷା ପାଇଁ କାମ କରୁଥିବା କାହ୍ନୁ ସନ୍ତୋଷ ରାୟ, ନନ୍ଦ ଗୌଡ, ମଧୁସୁଦନ ମହାପାତ୍ର, ଆଶାରାଣୀ ମଥା ଓ ସୁକାନ୍ତ କୁମାର ସେଠୀ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା।

କାର୍ଯ୍ୟକ୍ରମରେ କୁନି ଝିଅଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ ଦର୍ଶକମାନଙ୍କୁ ମନମୁଗ୍ଧ କରିଥିଲା।

ସମଗ୍ର କାର୍ଯ୍ୟକ୍ରମ ଉତ୍କଳୀୟ ସଂସ୍କୃତି, ଐକ୍ୟବଦ୍ଧତା ଓ ଗୌରବର ସନ୍ଦେଶ ବହନ କରିଥିବା ବେଳେ, ସ୍ଥାନୀୟ ଲୋକମାନେ ବଡ଼ ଉତ୍ସାହରେ ଏହାକୁ ପାଳନ କରିଥିଲେ।

No video available for this news.