ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୨୦୨୫-୨୬ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ
ସୁନ୍ଦରଗଡ଼ା ଜିଲ୍ଲା କୁତ୍ରା ବ୍ଲକର ଲକ୍ଷ୍ମୀପୋଷ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଆଜି ୬୩ତମ ବାର୍ଷିକ ଉତ୍ସବ ସହ ୨୦୨୫-୨୬ ଶିକ୍ଷାବର୍ଷର ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ପାଳିତ ହୋଇଛି। ଏହି ସଭାରେ କୁତ୍ରା ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଗୋପୀନାଥ ଖାଖା ମୂଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବେ କୁତ୍ରା ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅନନ୍ତ କୁମାର ନାଏକ, କୁତ୍ରା ତହସିଲଦାର ଶାଶ୍ୱତ ରଞ୍ଜନ ଦାସ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିନି ରାଣୀ ସୋରେନ, ଜ୍ଞାନପାଲି ସରପଞ୍ଚ ଶ୍ରୀମତୀ କମଳା କୁଜୁର, ସମିତି ସଭ୍ୟ କର୍ଣ ଲାକ୍ରା, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମଦନ ମୋହନ ବେହେରା ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ।
ସଭାରେ ଛାତ୍ରଛାତ୍ରୀମାନେ ଉତ୍ତମ ଶିକ୍ଷା ଗ୍ରହଣ କରି ନିଜର ଭବିଷ୍ୟତ ଗଠନ ସହ ସମାଜ କଲ୍ୟାଣରେ ନିଜକୁ ଉତ୍ସର୍ଗ କରିବା ପାଇଁ ପରାମର୍ଶ ନେଇଥିଲେ। ବିଦ୍ୟାଳୟ ପତିଚଳନା ପରିଷଦ ସଭାପତି ମାର୍କୁସ ଏକ୍କା, ପଞ୍ଚସଖା ଶିକ୍ଷାସେତୁ ସଭାପତି ସୁରେନ୍ଦ୍ର କୁଜୁର ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ମାନଙ୍କ ସହଯୋଗରେ ପ୍ରଧାନ ଶିକ୍ଷୟିତ୍ରୀ ସଞ୍ଜିତା ମିଞ୍ଜ, ବରିଷ୍ଠ ଶିକ୍ଷୟିତ୍ରୀ ସୁଶ୍ରୀ ମମତାମୟୀ ଶତପଥୀ ମଞ୍ଚ ପରିଚାଳନା କରିଥିଲେ।
ଏହି ଅବସରରେ, ଚଳିତ ଶିକ୍ଷା ବର୍ଷ ରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ନିଜର କଳା ଦକ୍ଷତା ପରିବେଷଣ କରିଥିଲେ, ଯାହା ଶିକ୍ଷା ଓ ସାଂସ୍କୃତିର ସମନ୍ୱୟରେ ଏକ ସଫଳ ଉଦ୍ଯମ ରୂପେ ପ୍ରତିପାଦିତ ହୋଇଛି।

Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.