ତରକେରା ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ବାର୍ଷିକ ଉତ୍ସବ ଅନୁଷ୍ଠିତ
ତରକେରା ଉଚ୍ଚ ବିଦ୍ୟାଳୟ ଓ ତରକେରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ବାର୍ଷିକ ଉତ୍ସବ
(ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ରୁ ଦେବେନ୍ଦ୍ର ପୁରୋହିତ ଙ୍କ ରିପୋର୍ଟ - ବିପ୍ଲବୀ ପରିକ୍ରମା) ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ଉପାନ୍ତ ଅଂଚଳରେ ଅବସ୍ଥିତ ତରକେରା ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨୦୨୫ - ୨୬ ବାର୍ଷିକ ଉତ୍ସବତଥା ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ଏଥିନିମନ୍ତେ ଆୟୋଜିତ ସଭା ରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସାରଙ୍ଗଧର ବରିହା ମୁଖ୍ୟ ଅତିଥିରୁପେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ ଉତ୍ତମ ଶିକ୍ଷା ଅର୍ଜନ ସହ କ୍ରୀଡା, ହସ୍ତ କଳା, ବିଜ୍ଞାନ ଇତ୍ୟାଦି ବିଷୟରେ ଉତ୍ତମ ଜ୍ଞାନ ଆହରଣ କରି ପାରିଲେ ଭବିଷ୍ୟତ ରେ ଆତ୍ମନିର୍ଭରଶୀଳ ହୋଇ ପାରିବେ ବୋଲି ମତ ବ୍ୟକ୍ତ କରିଥିଲେ। ଏଥିରେ ଅନ୍ୟାନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ କୁତ୍ରା ତହସିଲଦାର ଶାଶ୍ୱତ ରଞ୍ଜନ ଦାଶ, ଗୋଷ୍ଠି ଶିକ୍ଷା ଅଧିକାରୀ ଅନନ୍ତ କୁମାର ନାଏକ, କୁତ୍ରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶାନ୍ତିଲତା ଲାକ୍ରା, ଯେ ଏସ୍ ଡବ୍ଲୁ ସିଏସ୍ ଆର ମୁଖ୍ୟ ସଂଗ୍ରାମ କେଶରୀ ରାଉତ ଙ୍କ ସହ, ଅଲେଖ ଦଲାଇ, ବିନିରାଣୀ ସରେନ,ସରପଞ୍ଚ ବୁଧବାରି ଏକ୍କା,ସଂଯୁକ୍ତା ଶୂନ୍ୟାନି ସମିତି ସଭ୍ୟା, ବରିଷ୍ଠ ଶିକ୍ଷକ ବିଭୀଷଣ ବାରିକ, ନିତ୍ୟାନନ୍ଦ ବେହେରା, ବିଦ୍ୟାଧର ସାହୁ, ବୃଦ୍ଧିଚନ୍ଦ୍ର ବିଲୁଙ୍ଗ, ହେମନ୍ତ କୁମାର ଦେ ପ୍ରମୁଖ ଉପସ୍ଥିତ ରହି ଶିକ୍ଷା ସମ୍ପର୍କିତ ଆଲୋଚନା ମାନ କରିଥିଲେ। ସହକାରୀ ଶିକ୍ଷକ ନିରଞ୍ଜନ ପୃଷ୍ଟି ମଞ୍ଚ ପରିଚାଳନା କରିଥିଲେ। ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକ ମାନଙ୍କୁ ମୁଗ୍ଧ କରିଥିଲେ। ଚଳିତ ଶିକ୍ଷା ବର୍ଷ ରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋକନାଥ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନ ରେ ଉଭୟ ଅନୁଷ୍ଠାନର ସମସ୍ତ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହଯୋଗ କ୍ରମେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.