ସ୍ବଦେଶୀ ସଂକଳ୍ପ ଯାତ୍ରାକୁ ନେଇ ବିଷମକଟକରେ ଦେଶଭକ୍ତିର ଉତ୍ସାହ
ରାୟଗଡ଼ା ଜିଲ୍ଲା ବିଷମକଟକ ସହରରେ ସ୍ବଦେଶୀ ସଂକଳ୍ପ ଯାତ୍ରାକୁ ନେଇ ଆଜି ଦେଖାଗଲା ବିଶେଷ ଉତ୍ସାହ ଓ ଦେଶଭକ୍ତିର ମାହୋଲ।
୧୨ ଜାନୁଆରୀ ସ୍ବାମୀ ବିବେକାନନ୍ଦ ଜୟନ୍ତୀରୁ ଆରମ୍ଭ ହୋଇ ୨୩ ଜାନୁଆରୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ପର୍ଯ୍ୟନ୍ତ ଚାଲିଥିବା ଏହି ସ୍ବଦେଶୀ ସଂକଳ୍ପ ଯାତ୍ରାର ମୂଳ ଉଦ୍ଦେଶ୍ୟ ହେଉଛି ବିଦେଶୀ ଦ୍ରବ୍ୟ ବହିଷ୍କାର କରି ଆତ୍ମନିର୍ଭର ଓ ବିକଶିତ ଭାରତ ଗଠନ।
ଆଜି ବିଷମକଟକ ବଡ଼ ହରିଜନ ସାହି ଛକରେ ସ୍ବଦେଶୀ ସଂକଳ୍ପ ଯାତ୍ରାର ରଥକୁ ଭବ୍ୟ ଭାବେ ସ୍ୱାଗତ କରାଯାଇଥିଲା। ଏହି ସ୍ୱାଗତ କାର୍ଯ୍ୟକ୍ରମରେ ବିଷମକଟକ ହିନ୍ଦୁ ସଂଘର ସଭାପତି ସୁବଧ କୁମାର ପ୍ରଧାନୀ ସହ ସାଈରାମ ପଟ୍ଟନାୟକ, ନେତ୍ରାନନ୍ଦ ଶତପଥି, କାଳୀଚରଣ ତ୍ରିପାଠୀ, ମୁରଲୀ ବେହେରା, ଗୌତମ୍ ମଲ୍ଲିକ, ପ୍ରବୀର ଓ ଯୁବ ସମାଜସେବୀ ଜବାବ ପାଲକା, ଅନିଲ କୁମାର ସାହୁ, ଶିବ ସାହୁ, ଅଶ୍ୱିନୀ ପାଲକା, ପୂର୍ଣ୍ଣଚନ୍ଦ୍ର ହିଆଲ, କିଶାନ ପାଲକା, ବିବିସେନ ପାଲକା, ତରଣୀସେନ ପାଲକା, ଗୀତା ପାଲକା, ଅନନ୍ତ ପାଲକା ଓ ପୂର୍ଣ୍ଣିମା ପାଲକା ସହ ଅନେକ ସମାଜସେବୀ ଓ ସ୍ଥାନୀୟ ନାଗରିକ ଉପସ୍ଥିତ ଥିଲେ।
ବକ୍ତାମାନେ ସ୍ବଦେଶୀ ଦ୍ରବ୍ୟ ବ୍ୟବହାର, ଦେଶୀ ଉତ୍ପାଦକଙ୍କୁ ସମର୍ଥନ ଓ ଜାତୀୟ ସ୍ୱାଭିମାନ ଜାଗ୍ରତ କରିବାକୁ ଆହ୍ୱାନ ଦେଇଥିଲେ।
ସ୍ବଦେଶୀ ଜାଗରଣ ମଞ୍ଚ, ଓଡ଼ିଶାର ଏହି ପଦକ୍ଷେପ ଲୋକମାନଙ୍କ ମଧ୍ୟରେ ଦେଶଭକ୍ତିର ନୂଆ ସଂଚାର ସୃଷ୍ଟି କରିଛି।

Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.