ସୁନ୍ଦରଗଡ଼ ଦିବସ ସାଂସ୍କୃତିକ ଶୋଭାଯାତ୍ରା ଆୟୋଜନ ନେଇ ପ୍ରଶାସନିକ ବୈଠକ
ଆସନ୍ତା ଜାନୁଆରୀ ୧ ତାରିଖ ଦିନ ସୁନ୍ଦରଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ବା “ସୁନ୍ଦରଗଡ଼ ଦିବସ” ପାଳନ କରାଯିବ। ଏହି ଅବସରରେ ସ୍ଥାନୀୟ ନାରୀ କଲ୍ୟାଣ କେନ୍ଦ୍ର ପଡ଼ିଆ ଠାରେ ଜାନୁଆରୀ ୧ ଓ ୨ ତାରିଖରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ।
ସୁନ୍ଦରଗଡ଼ ଦିବସ ଉପଲକ୍ଷେ ଜାନୁଆରୀ ୧ ତାରିଖ ଦିନ ସହର ମଧ୍ୟରେ ଏକ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ଶୋଭାଯାତ୍ରା ଆୟୋଜନ କରାଯିବ। ଏହି ଶୋଭାଯାତ୍ରାର ସଫଳ ଆୟୋଜନ ନେଇ ସ୍ଥାନୀୟ ସଦଭାବନା ଭବନ ଠାରେ ଏକ ପ୍ରସ୍ତୁତିମୂଳକ ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକର ନିଷ୍ପତି ଅନୁସାରେ, ଜାନୁଆରୀ ୧ ତାରିଖ ସକାଳ ୮ଟା ସମୟରେ ସମଲେଇ ମନ୍ଦିର ଠାରେ ପୂଜାର୍ଚ୍ଚନା କରି ସାଂସ୍କୃତିକ ଶୋଭାଯାତ୍ରା ଆରମ୍ଭ ହେବ। ଏହି ଶୋଭାଯାତ୍ରା ସମଲେଇ ମନ୍ଦିରରୁ ଆରମ୍ଭ ହୋଇ ଜଗନ୍ନାଥ ମନ୍ଦିର ଛକ, ରିଜେଣ୍ଟ ମାର୍କେଟ, ସୁନାରିପଡ଼ା, ରଙ୍ଗାଢିପା ଛକ, ମେଡିକାଲ ଛକ, ଡିଆରଡିଏ ଛକ, ପୁରୁଣା ବସ୍ଷ୍ଟାଣ୍ଡ ଛକ ଓ ପଞ୍ଚମୁଖୀ ହନୁମାନ ମନ୍ଦିର ଛକ ଦେଇ ନାରୀ କଲ୍ୟାଣ କେନ୍ଦ୍ର ପଡ଼ିଆରେ ସମାପ୍ତ ହେବ।
ପଥରେ ପଥରେ ବିଭିନ୍ନ ପୂଜା କମିଟି, ସଂଗଠନ ଓ ସାମାଜିକ ଅନୁଷ୍ଠାନ ମାନଙ୍କ ଦ୍ୱାରା ଶୋଭାଯାତ୍ରାକୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଜିଲ୍ଲାବାସୀଙ୍କ ସହଯୋଗରେ କାର୍ଯ୍ୟକ୍ରମକୁ ସୁନ୍ଦର, ସୁସଂଗଠିତ ଓ ଶାନ୍ତିପୂର୍ଣ୍ଣ ଭାବେ ଆୟୋଜନ କରିବା ପାଇଁ ଆହ୍ୱାନ ଦିଆଯାଇଛି।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂରଜ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଅଭିମନ୍ୟୁ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ସଦର ଉପଜିଲ୍ଲାପାଳ ଶ୍ରୀମତୀ ତେଜସ୍ୱିନୀ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ସୁନ୍ଦରଗଡ଼ ପୌର ପରିଷଦ ଉପାଧ୍ୟକ୍ଷ ଶ୍ରୀ ଲଲାଟେନ୍ଦୁ ପରିଡ଼ା, ବିଜେପି ଜିଲ୍ଲା ସଭାପତି ଶ୍ରୀ ଗିରିଶ ସାହୁ ସହ ବିଭିନ୍ନ ସଂଗଠନ ଓ ପୂଜା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.