ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ରାୟଗଡ଼ାରେ ‘ସୁଭଦ୍ରା ଶକ୍ତି ମେଳା ୨୦୨୬’ ଉଦ୍ଘାଟିତ, ୬୦୦ କୋଟିରୁ ଅଧିକ ପ୍ରକଳ୍ପର ଶୁଭାରମ୍ଭ
ରାୟଗଡ଼ା ଜିଲ୍ଲା ଆଜି ସାରା ଓଡ଼ିଶା ପାଇଁ ମହିଳା ସଶକ୍ତିକରଣର ଏକ ମହତ୍ୱପୂର୍ଣ୍ଣ ଉଦାହରଣ ପାଲଟିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାୟଗଡ଼ାରେ ‘ସୁଭଦ୍ରା ଶକ୍ତି ମେଳା ୨୦୨୬’ ଉଦ୍ଘାଟନ କରି ମହିଳା ଶକ୍ତିଙ୍କୁ ସମ୍ବୋଧନ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାୟଗଡ଼ା ଜିଲ୍ଲାର ୧୨,୭୮୩ଟି ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ ୧.୫୨ ଲକ୍ଷରୁ ଅଧିକ ମା’ ଓ ଭଉଣୀମାନେ ଆର୍ଥିକ ଭାବେ ସଶକ୍ତ ହେଉଛନ୍ତି। ପୂର୍ବରୁ ସୁଯୋଗର ଅଭାବ ଥିଲେ ମଧ୍ୟ, ଆଜି ମହିଳାଙ୍କ ସକ୍ରିୟ ଯୋଗଦାନରେ ସମ୍ଭାବନାର ନୂଆ ଦ୍ୱାର ଖୋଲିଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୬୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ୧୦୯ଟି ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏଥିରେ ୨୩୮ କୋଟି ଟଙ୍କାର ୨୨ଟି ପ୍ରକଳ୍ପର ଉଦ୍ଘାଟନ ଓ ୩୬୬ କୋଟି ଟଙ୍କାର ୮୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ରହିଛି। ସଡ଼କ, ସେତୁ, ସ୍ୱାସ୍ଥ୍ୟ, ଶିକ୍ଷା ଓ ମହିଳା ସଶକ୍ତିକରଣ ସହିତ ଅନେକ ଭିତ୍ତିଭୂମି ପ୍ରକଳ୍ପ ଏଥିରେ ସାମିଲ ଅଛି।
୩୭ କୋଟି ଟଙ୍କା ବିନିଯୋଗରେ ମାମଝିଘରିଆଣୀ ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ। ସେ ଆହୁରି କହିଥିଲେ ଯେ ରାୟଗଡ଼ାର ସମସ୍ତ ବ୍ଲକରେ ଶୀଘ୍ର ଇନ୍ଡୋର୍ ଷ୍ଟାଡିୟମ୍, ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସୁଦୃଢ଼ୀକରଣ ହେବ ଏବଂ ରାୟଗଡ଼ାରେ ମେଡିକାଲ କଲେଜ୍ ସ୍ଥାପନ ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ଅଛି।
କାର୍ଯ୍ୟକ୍ରମରେ ବିଭିନ୍ନ ବିଧାୟକ, ଜିଲ୍ଲାପାଳ, ପୋଲିସ ଓ ପ୍ରଶାସନିକ ଅଧିକାରୀ, ସ୍ୱୟଂସହାୟକ ଗୋଷ୍ଠୀର ମା’ମାନେ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।

Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.