ସେସଖାଲ ଥାନାରେ ‘ଆମ ପୋଲିସ’ କାର୍ଯ୍ୟକ୍ରମ : ଜନସଚେତନତାରେ ଜୋର
ରାୟଗଡ଼ା ଜିଲ୍ଲାର ସେସଖାଲ ଥାନା ପ୍ରାଙ୍ଗଣରେ ‘ଆମ ପୋଲିସ / ପୋଲିସ–ଜନ ସମ୍ପର୍କ କାର୍ଯ୍ୟକ୍ରମ’ ସଫଳତାର ସହ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ସମନ୍ୱୟ ବଢ଼ାଇବା ସହିତ ସମାଜରେ ସଚେତନତା ସୃଷ୍ଟି କରିବା।
କାର୍ଯ୍ୟକ୍ରମରେ ଗ୍ରାମବାସୀ, ପଞ୍ଚାୟତ ରାଜ ସଂସ୍ଥା (PRI) ସଦସ୍ୟମାନେ ଉପସ୍ଥିତ ରହି ଡାହାଣୀ ପ୍ରଥା ଭଳି କୁପ୍ରଥା, ସାଇବର ଠକେଇ ଓ ଅନଲାଇନ୍ ଠକେଇ, ରୁ କେମିତି ସୁରକ୍ଷା ରହିବେ ଯାତାୟାତ ନିୟମ ପାଳନ ଏବଂ ବାଳ୍ୟବିବାହ ରୋକିବା ସମ୍ପର୍କରେ ଗଭୀର ଆଲୋଚନା ଓ ସଚେତନତା ସନ୍ଦେଶ ପାଇଥିଲେ।
ଓଡ଼ିଶା ପୋଲିସ ସଂଗଠନ, ଡିଆଇଜି ଦକ୍ଷିଣ ପଶ୍ଚିମ ରେଞ୍ଜ, କୋରାପୁଟଙ୍କ ନିର୍ଦ୍ଦେଶନାରେ ଏବଂ ରାୟଗଡ଼ା ଜିଲ୍ଲା ପ୍ରଶାସନଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମାଜକୁ ଅପରାଧମୁକ୍ତ ଓ ସୁରକ୍ଷିତ କରିବା ଦିଗରେ ଏକ ଦୃଢ଼ ପଦକ୍ଷେପ ନିଆଯାଇଛି।
ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ଭରସା ଓ ସହଯୋଗ ବଢ଼ାଇବା ପାଇଁ ଏପରି କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.