ବିଶ୍ୱ ଜଳ ଦିବସରେ ବରଗଡ଼ରେ “ସମର୍ପଣ” ସ୍ୱଚ୍ଛତା ଅଭିଯାନର ଶୁଭାରମ୍ଭ
ବିଶ୍ୱ ଜଳ ଦିବସ (World Water Day) ଅବସରରେ ବରଗଡ଼ ପୌରପରିଷଦ ପକ୍ଷରୁ “ସମର୍ପଣ” ନାମକ ଏକ ବିଶେଷ ସମୂହ ସ୍ୱଚ୍ଛତା ଅଭିଯାନର ଶୁଭାରମ୍ଭ କରାଯାଇଛି। ସହରକୁ ସ୍ୱଚ୍ଛ, ସୁନ୍ଦର ଓ ପରିବେଶବନ୍ଧବ ରଖିବା ପାଇଁ ଏହାକୁ ଏକ ନୂତନ ଓ ପ୍ରେରଣାଦାୟକ ପଦକ୍ଷେପ ଭାବେ ଦେଖାଯାଉଛି।
ବର୍ତ୍ତମାନ ସମୟରେ ବଢ଼ୁଥିବା ଜନସଂଖ୍ୟା ଓ ସହରୀୟ ଜୀବନର ପ୍ରଭାବରେ ସ୍ୱଚ୍ଛତା ପରିଚାଳନା ଉପରେ ଚାପ ବଢ଼ିବା ସହ ପରିବେଶ ପ୍ରଦୂଷଣ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ରୂପେ ଦେଖାଦେଉଛି। ଏହି ପରିସ୍ଥିତିରେ ସ୍ଥାନୀୟ ପ୍ରଶାସନ ସହିତ ସାଧାରଣ ଲୋକଙ୍କ ସକ୍ରିୟ ଭାଗିଦାରୀ ଅତ୍ୟନ୍ତ ଆବଶ୍ୟକ। “ସମର୍ପଣ” ଅଭିଯାନ ଏହି ସାମୁହିକ ଚେଷ୍ଟାକୁ ଜନଆନ୍ଦୋଳନର ରୂପ ଦେବାରେ ଗୁରୁତ୍ୱ ଦେଉଛି।
ଏହି ଅଭିଯାନର ଆରମ୍ଭ ବରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବୀର ସୁରେନ୍ଦ୍ର ସାଏ ଛକ ପର୍ଯ୍ୟନ୍ତ ଏକ ବିଶାଳ ସଫେଇ ଓ ସଚେତନତା ରାଲି ମାଧ୍ୟମରେ କରାଯାଇଥିଲା। ଏହି ରାଲିରେ ଛାତ୍ରଛାତ୍ରୀ, ଯୁବସମାଜ, ସ୍ୱେଚ୍ଛାସେବୀ ଓ ସାଧାରଣ ନାଗରିକ ମାନେ ଭାଗ ନେଇ “ସମର୍ପଣ ଆମର, ବରଗଡ଼ ହେଉ ସଫା ସୁନ୍ଦର” ନାରା ଦେଇ ସମସ୍ତଙ୍କୁ ସଚେତନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବରଗଡ଼ ପୌରାଧ୍ୟକ୍ଷା କଳ୍ପନା ମାଝୀଙ୍କ ପୌରହିତ୍ୟରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମିନା ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ସମସ୍ତେ ଏହି ଅଭିଯାନକୁ କେବଳ ସଫେଇ କାର୍ଯ୍ୟକ୍ରମ ଭାବେ ନୁହେଁ, ବରଂ ଏକ ଜନଆନ୍ଦୋଳନର ରୂପ ଦେବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ।

Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.