Biplabi Parikrama
Breaking

* ଅନଖର୍ଚ୍ଚିତ ବଜେଟ ଅର୍ଥ ନେଇ ପ୍ରଶ୍ନ: ବିରୋଧୀଙ୍କ ହିସାବ ଦାବି    |   

* ପରିବର୍ତ୍ତିତ ହେଲା ରାଜଭବନର ନାମ: ଏଣିକି ‘ଲୋକଭବନ’    |   

* Winter eases across Odisha, but Kandhamal remains in deep chill    |   

Home > Odisha > ସଡକ ସୁରକ୍ଷା ସଚେତନତା ରାଲି | କୁତ୍ରା ଲକ୍ଷ୍ମୀପୋଷ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ

ସଡକ ସୁରକ୍ଷା ସଚେତନତା ରାଲି | କୁତ୍ରା ଲକ୍ଷ୍ମୀପୋଷ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ

By brother ansu Feb 01, 2026 1 min read
ସଡକ ସୁରକ୍ଷା ସଚେତନତା ରାଲି | କୁତ୍ରା ଲକ୍ଷ୍ମୀପୋଷ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ
ସଡକ ସୁରକ୍ଷା ସଚେତନତା ରାଲି | କୁତ୍ରା ଲକ୍ଷ୍ମୀପୋଷ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ

ସଡକ ସୁରକ୍ଷା ସଚେତନତା ରାଲି

(ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ରୁ ଦେବେନ୍ଦ୍ର ପୁରୋହିତ ଙ୍କ ରିପୋର୍ଟ - ବିପ୍ଳବୀ ପରିକ୍ରମା)

ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୋଷ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ସଡକ ସୁରକ୍ଷା ସଚେତନତା ରାଲି କରିଛନ୍ତି। ଏକ ଶୋଭାଯାତ୍ରା ରେ ବାହାରି ପ୍ରଥମେ ଲକ୍ଷ୍ମୀପୋଷ ଗ୍ରାମ ପରିକ୍ରମା କରି ରାଞ୍ଚି ରୋଡ଼ - ସଲଙ୍ଗାବାହଲ ମୁଖ୍ୟ ସଡକ ଉପରେ ଚାଲିଥିବା ଦୁଇ ଚକିଆ ଠୁଁ ଆରମ୍ଭ କରି ଭାରିଯାନ ପର୍ଯ୍ୟନ୍ତ ସମସ୍ତ ଗାଡି ଗୁଡିକୁ ଶ୍ରଦ୍ଧା ପୁର୍ବକ ଅଟକାଇ ଟ୍ରାଫିକ ନିୟମ ଅନୁଯାୟୀ ଗାଡି ଚାଳନା କରିବାକୁ ଅନୁରୋଧ କରିଥିଲେ।

ପୁନଃଶ୍ଚ ଗାଡିଚାଳକ ମାନଙ୍କୁ ପୁଷ୍ପ ଉପହାର ଦେଇ “ସଡକ ସୁରକ୍ଷା - ଜୀବନ ରକ୍ଷା” ବାର୍ତ୍ତା ପ୍ରଦାନ କରିଥିଲେ। ନିଜେ ସୁରକ୍ଷିତ ରହିଲେ ପରିବାର ସୁରକ୍ଷିତ ରହିବେ ବୋଲି ବୁଝାଇଥିଲେ।

ଏଥିରେ ଛାତ୍ର ଛାତ୍ରୀ ମାନଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ସଡକ ସୁରକ୍ଷା ବାର୍ତ୍ତା ପ୍ରଚାର କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷୟିତ୍ରୀ ସଞ୍ଜିତା କୁଜୁର, ବରିଷ୍ଠ ଶିକ୍ଷୟିତ୍ରୀ ସୁଶ୍ରୀ ମମତାମୟୀ ଶତପଥୀ, ସଞ୍ଜୟ ମିଞ୍ଜ, ଡିଲେଶ୍ୱର ବେହେରା, ଅନୁପମା ଟପ୍ପୋ, ଫିନି ଏକ୍କା, ଉର୍ବଶିନୀ କିସପଟ୍ଟା, ମେଝରେନ ଏକ୍କା, ଅନିତା ସା, ସୁପ୍ରୀତି ବାଗ, ରୋହିତ ପ୍ରଧାନ, ଏବଂ କଳାକର ନେଉରିଆ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ସୂଚନା ଯୋଗ୍ୟ ଏହିକି ଯେ କୁତ୍ରା ତଥା ଆଖ ପାଖ ଅଞ୍ଚଳ ରେ ଦିନକୁ ଦିନ ସଡକ ଦୁର୍ଘଟଣା ମାନ ବୃଦ୍ଧି ପାଇ ଅକାଳ ରେ ଧନ ଜୀବନ କ୍ଷତି ଘଟୁ ଥିବାରୁ ଅଧିକ ରୁ ଅଧିକ ଏ ପ୍ରକାର ସଚେତନତା କାର୍ଯ୍ୟକ୍ରମ ର ଆବଶ୍ୟକତା ରହିଥିବା ସାଧାରଣରେ ଚର୍ଚ୍ଚା ହେଉଛି।

No video available for this news.