ରାୟଗଡାରୁ ଅଯୋଧ୍ୟା–ବାରଣାସୀ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ
ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପରିଚାଳିତ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ଆଜି ରାୟଗଡା ଜିଲ୍ଲାରୁ ଅଯୋଧ୍ୟା ଓ ବାରଣାସୀ ଅଭିମୁଖେ ଚତୁର୍ଥ ପର୍ଯ୍ୟାୟ ତୀର୍ଥଯାତ୍ରାର ଶୁଭାରମ୍ଭ ହୋଇଛି।
ରାୟଗଡା ରେଳ ଷ୍ଟେଶନରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଛଅଟି ଜିଲ୍ଲାର ୭୭୫ ଜଣ ବରିଷ୍ଠ ନାଗରିକ ଓ ୨୫ ଜଣ ଏସକର୍ଟ ସହ ମୋଟ ୮୦୦ ଜଣ ତୀର୍ଥଯାତ୍ରାରେ ବେରିଛନ୍ତି। ଏହି ଯାତ୍ରାରେ କୋରାପୁଟ, ରାୟଗଡା, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ବରିଷ୍ଠ ନାଗରିକମାନେ ସାମିଲ ହୋଇଛନ୍ତି।
ତୀର୍ଥଯାତ୍ରାକୁ ମାନ୍ୟବର ବିଧାୟକ ଆପଲା ସ୍ୱାମୀ କାଡ୍ରାକା ଓ ଜିଲ୍ଲାପାଳ ଆଶୁତୋଷ କୂଲକର୍ଣୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବିଧାୟକ କହିଥିଲେ ଯେ, ଆର୍ଥିକ ଅସୁବିଧା କାରଣରୁ ଅନେକ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କରିପାରୁ ନଥିଲେ, ସେହି ଅଭାବକୁ ଦୂର କରିବା ପାଇଁ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି।
ଜିଲ୍ଲାପାଳ ଆଶୁତୋଷ କୂଲକର୍ଣୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଶାସନ ସଚିବ ପର୍ଯ୍ୟଟନ ଶ୍ରୀ ରୁଦ୍ର ନାରାୟଣ ଦାସ, ରେଳବାଇ ଡିଆରଏମ ଅମିତାଭ ସିଂଘଲ, ଆଇଆରସିଟିସି ଏଜିଏମ କ୍ରାନ୍ତି ସବରକାର, ଏଡିଏମ ନବୀନ ଚନ୍ଦ୍ର ନାୟକ ସହ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।
ତୀର୍ଥଯାତ୍ରୀମାନଙ୍କର ଯାତ୍ରା, ରହଣି, ଖାଦ୍ୟ, ଚିକିତ୍ସା, ବୀମା ଓ ସମସ୍ତ ଆବଶ୍ୟକ ସୁବିଧା ରାଜ୍ୟ ସରକାର ଦ୍ୱାରା ପୂରାପୁରି ବହନ କରାଯାଉଛି। ତୀର୍ଥଯାତ୍ରା ପୂର୍ବରୁ ଗତକାଲି ରାୟଗଡାରେ ତୀର୍ଥଯାତ୍ରୀମାନଙ୍କ ପାଇଁ ରହଣି ବ୍ୟବସ୍ଥା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଥିଲା।
ରାୟଗଡା ଜିଲ୍ଲାରୁ — ଜବାବ ପାଲକା
ରିପୋର୍ଟ: ବିପ୍ଳବୀ ପରିକ୍ରମା

Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.