Biplabi Parikrama
Breaking

* ଅନଖର୍ଚ୍ଚିତ ବଜେଟ ଅର୍ଥ ନେଇ ପ୍ରଶ୍ନ: ବିରୋଧୀଙ୍କ ହିସାବ ଦାବି    |   

* ପରିବର୍ତ୍ତିତ ହେଲା ରାଜଭବନର ନାମ: ଏଣିକି ‘ଲୋକଭବନ’    |   

* Winter eases across Odisha, but Kandhamal remains in deep chill    |   

Home > Odisha > ରାୟଗଡ଼ା ବିଦ୍ୟାନଗରରେ କେବିକେ ସୁରକ୍ଷା ଓ ଉନ୍ନୟନ ପରିଷଦର ଗୁରୁତ୍ୱପୂର୍ଣ୍ଣ ସଭା: ଶିକ୍ଷା, ସ୍ୱାସ୍ଥ୍ୟ ଓ ନାରୀ ସୁରକ୍ଷା ନେଇ ଜୋରଦାର ଆଲୋଚନା

ରାୟଗଡ଼ା ବିଦ୍ୟାନଗରରେ କେବିକେ ସୁରକ୍ଷା ଓ ଉନ୍ନୟନ ପରିଷଦର ଗୁରୁତ୍ୱପୂର୍ଣ୍ଣ ସଭା: ଶିକ୍ଷା, ସ୍ୱାସ୍ଥ୍ୟ ଓ ନାରୀ ସୁରକ୍ଷା ନେଇ ଜୋରଦାର ଆଲୋଚନା

By brother ansu Mar 01, 2026 1 min read
ରାୟଗଡ଼ା ବିଦ୍ୟାନଗରରେ କେବିକେ ସୁରକ୍ଷା ଓ ଉନ୍ନୟନ ପରିଷଦର ଗୁରୁତ୍ୱପୂର୍ଣ୍ଣ ସଭା: ଶିକ୍ଷା, ସ୍ୱାସ୍ଥ୍ୟ ଓ ନାରୀ ସୁରକ୍ଷା ନେଇ ଜୋରଦାର ଆଲୋଚନା
ରାୟଗଡ଼ା ବିଦ୍ୟାନଗରରେ କେବିକେ ସୁରକ୍ଷା ଓ ଉନ୍ନୟନ ପରିଷଦର ଗୁରୁତ୍ୱପୂର୍ଣ୍ଣ ସଭା: ଶିକ୍ଷା, ସ୍ୱାସ୍ଥ୍ୟ ଓ ନାରୀ ସୁରକ୍ଷା ନେଇ ଜୋରଦାର ଆଲୋଚନା

ଆଜି ରାୟଗଡ଼ା ଜିଲ୍ଲାର ବିଦ୍ୟାନଗର 4th ଲାଇନ୍‌ରେ “କେବିକେ ସୁରକ୍ଷା ଓ ଉନ୍ନୟନ ପରିଷଦ” ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସଭା ଆୟୋଜିତ ହୋଇଥିଲା। ସଭାନେତ୍ରୀ ବିଦୁଲତା ହୁଇକାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରାୟ ୧୧ଟି ବ୍ଲକ୍‌ରୁ ଅନେକ ସମାଜସେବୀମାନେ ଉପସ୍ଥିତ ଥିଲେ।

ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଡ଼ା. ବାଦଲ କୁମାର ତା ଯୋଗଦେଇ ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ ସେବା, ପରିବେଶ ସୁରକ୍ଷା, ପିଇବା ପାଣି ସମସ୍ୟା, ରାସ୍ତା ମରାମତି, ନିଶା ନିବାରଣ ଓ ଦାଦନ ଶ୍ରମିକଙ୍କ ଅବସ୍ଥା ଉପରେ ଗଭୀର ଆଲୋଚନା କରିଥିଲେ। ସେ କହିଥିଲେ ଯେ Mahatma Gandhi National Rural Employment Guarantee Act (MGNREGA) ଯୋଜନାରୁ ଅଧିକ ଲୋକ ଉପକୃତ ହେବା ପାଇଁ ଗ୍ରାମସ୍ତରରେ ସଚେତନତା ବଢ଼ିବା ଆବଶ୍ୟକ।

ସଭାରେ ନାରୀ ସୁରକ୍ଷା, ଚାଷୀମାନଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ, ଜୈବିକ ପଦ୍ଧତିରେ ଚାଷ ପ୍ରୋତ୍ସାହନ ଓ ସରକାରୀ କର୍ମଚାରୀମାନଙ୍କ ଦ୍ୱାରା ସାଧାରଣ ଲୋକଙ୍କ କାମ ସଠିକ୍ ଭାବରେ କରାଯିବାକୁ ଦାବି କରାଯାଇଥିଲା।

ବୃଦ୍ଧ ଭତ୍ତା ପାଇଁ ପ୍ରାୟ ୧୦ ହଜାର ଆବେଦନ ଅପେକ୍ଷାରେ ରହିଥିବା ସୂଚନା ମିଳିଥିବାରୁ ଏହା ଉପରେ ମଧ୍ୟ ଗଭୀର ଚିନ୍ତା ପ୍ରକାଶ ପାଇଥିଲା। ଏହା ସହ ଜଙ୍ଗଲରୁ ଅବୈଧ ଗଛ କଟା ଓ ଜଙ୍ଗଲ କ୍ଷୟ ନେଇ ସଦସ୍ୟମାନେ ଚିନ୍ତା ବ୍ୟକ୍ତ କରିଥିଲେ।

ସଭାର ମୂଳ ଉଦ୍ଦେଶ୍ୟ ଥିଲା — ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କ ପାଖକୁ ସରକାରୀ ଯୋଜନାର ସୁବିଧା ପହଞ୍ଚାଇବା।

ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଶ୍ୟାମ କୁମାର ଦାସ, ଅକ୍ଷୟ କୁମାର ପିଡିସିକା, ଦିବାକର ଶବର, ଲକ୍ଷ୍ମୀ ଶବର, ଇଶ୍ଵର ଶବର, ସତ୍ୟ ପଟିକା, ଅନିତା ପିଡିକାକା, ବାଳମୁକୁନ୍ଦ ପାଳ, ଜବାବ ପାଲକା, ଅମିତ କୁମାର ପାଢ଼ୀ, ଅନାମ ଚରଣ କୁସୁଲିଆ ଓ ସୁନାମଣି ପଟିକା ସହଯୋଗ କରିଥିଲେ।

No video available for this news.