ରାୟଗଡ଼ାରେ ବଡ଼ ଅଭିଯାନ: ୩ ଏକର ଜମିରୁ ୯ହଜାର ଗଞ୍ଜେଇ ଗଛ ନଷ୍ଟ | Padampur PS
ରାୟଗଡ଼ା ଜିଲ୍ଲାରେ ଅବୈଧ ଗଞ୍ଜେଇ ଚାଷ ବିରୋଧରେ ପ୍ରଶାସନ ଓ ପୋଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏହି କ୍ରମରେ ଆଜି ପଦ୍ମପୁର ପୋଲିସ ଥାନା ଅନ୍ତର୍ଗତ ନିଧିଗୁଡ଼ି, ଉପର ନନ୍ଦ୍ରା ଏବଂ ତଳ ନନ୍ଦ୍ରା ଗାଁ ନିକଟବର୍ତ୍ତୀ ଅଞ୍ଚଳରେ ବଡ଼ ଧରଣର ଏକ ଯୁଗ୍ମ ଅଭିଯାନ ଚାଲିଥିଲା।
ଏହି ଅଭିଯାନରେ ଜିଲ୍ଲା ପ୍ରଶାସନ, ଓଡ଼ିଶା ପୋଲିସ, ଏକ୍ସାଇଜ୍ ବିଭାଗ ଓ ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସାମିଲ ହୋଇଥିଲେ। ଯୁଗ୍ମ ଟିମ୍ ପକ୍ଷରୁ ପ୍ରାୟ ୩ ଏକର ଜମିରେ ଚାଷ ହୋଇଥିବା ୯ ହଜାରରୁ ଅଧିକ ଅବୈଧ ଗଞ୍ଜେଇ ଗଛକୁ ଚିହ୍ନଟ କରାଯାଇ ତାହାକୁ ଧ୍ୱଂସ କରାଯାଇଛି।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ଅବୈଧ ଗଞ୍ଜେଇ ଚାଷ ହୋଇଆସୁଥିବା ସୂଚନା ମିଳିଥିଲା। ସେହି ସୂଚନା ଆଧାରରେ ଯୋଜନାବଦ୍ଧ ଭାବେ ଏହି ଅଭିଯାନ କରାଯାଇଥିଲା। ଘଟଣା ସମ୍ପର୍କରେ ୩ଟି ମାମଲା ରୁଜୁ କରାଯାଇଥିବା ବେଳେ, ସଂପୃକ୍ତ ଅଭିଯୁକ୍ତଙ୍କ ଚିହ୍ନଟ ଓ ଗିରଫ ପାଇଁ ତଦନ୍ତ ଜାରି ରହିଛି।
ଦକ୍ଷିଣ ପଶ୍ଚିମ ରେଞ୍ଜ କୋରାପୁଟର ଡିଆଇଜିଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଭଳି ଅଭିଯାନ ଆଗାମୀ ଦିନରେ ଆହୁରି କଡା କରାଯିବ ବୋଲି କୁହାଯାଇଛି। ଅବୈଧ ନଶା ବ୍ୟବସାୟକୁ ସମୂଳେ ନିର୍ମୂଳ କରିବା ପାଇଁ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ ଥିବା ସୂଚନା ଦିଆଯାଇଛି।
ସ୍ଥାନୀୟ ଲୋକମାନେ ମଧ୍ୟ ପୋଲିସର ଏହି ପଦକ୍ଷେପକୁ ସ୍ୱାଗତ କରିଥିବା ବେଳେ, ଆଗାମୀ ଦିନରେ ଏଭଳି କାର୍ଯ୍ୟାନୁଷ୍ଠାନ ଜାରି ରହିବାକୁ ଦାବି କରିଛନ୍ତି।

Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.