ରାୟଗଡ଼ା: ବିଷମ କଟକ କୋଣାବାଈରେ ଭୟଙ୍କର ଅଗ୍ନିକାଣ୍ଡ, ଦୁଇ ପରିବାରର ଘର ଜଳିଭସ୍ମ
ଆଜି ରାୟଗଡା ଜିଲ୍ଲାର ବିଷମ କଟକ ବ୍ଲକ୍ ଅନ୍ତର୍ଗତ କୋଣାବାଈ ରେ ଦୁଇ ଜଣ ଙ୍କ ଘରେ ହଠାତ୍ ଆକସ୍ମିକ ଭାବେ ନିଆଁ ଲାଗି କି
ଦୁଇଟି ପରିବାରର ଘର ସମ୍ପୂର୍ଣ୍ଣ ଭାବେ ନିଆଁ ରେ ଜଳି ଭସ୍ମୀଭୂତ ହୋଇଯାଇଛି।

ସୂଚନା ଅନୁଯାୟୀ, ଏହି ଅଗ୍ନିକାଣ୍ଡରେ ଯୁବ ଚାଷୀ ନାର୍ଶି ହୁଇକା ଏବଂ ବୃଦ୍ଧା ମହିଳା ମାଣିକ ହୁଇକାଙ୍କ ଘର ଭୟଙ୍କର ଭାବେ ପ୍ରଭାବିତ ହୋଇଛି।
ନିଆଁ ଏତେ ଦ୍ରୁତ ଗତିରେ ପ୍ରସାରିତ ହୋଇଥିଲା ଯେ, ଲୋକମାନେ କିଛି ବି ସାମଗ୍ରୀ ବାହାର କରିବାର ସୁଯୋଗ ପାଇନଥିଲେ।
ଘରେ ରହିଥିବା ଧାନ, ଚାଉଳ, କପଡ଼ା, ଆସବାବପତ୍ର, ଦରକାରୀ କାଗଜପତ୍ର ଓ ଦୈନିକ ବ୍ୟବହାରର ସମସ୍ତ ସାମଗ୍ରୀ ନିଆଁ ଲାଗି ପୁରାପୁରି ନଷ୍ଟ ହୋଇଯାଇଛି।
ପ୍ରାରମ୍ଭିକ ଅନୁମାନ ଅନୁଯାୟୀ, ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି କ୍ଷତି ଘଟିଛି।
ଘଟଣା ବିଷୟରେ ଖବର ପାଇ ସ୍ଥାନୀୟ ଲୋକମାନେ ତୁରନ୍ତ ସାହାଯ୍ୟରେ ଆଗେଇଆସିଥିଲେ ଏବଂ ପାଣି ଢାଳି ନିଆଁ କୁ ନିୟନ୍ତ୍ରଣ କରିବାର ଚେଷ୍ଟା କରିଥିଲେ।
ପରେ ସୂଚନା ପାଇ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳକୁ ପହଞ୍ଚି ଦୀର୍ଘ ସମୟର ପ୍ରୟାସ ପରେ ନିଆଁ କୁ ପୂରାପୁରି ଆୟତ କରିଥିଲେ।
ସୌଭାଗ୍ୟବଶତଃ, ଏହି ଅଗ୍ନିକାଣ୍ଡରେ କୌଣସି ପ୍ରାଣହାନି ଘଟିନଥିବା ଜଣାପଡ଼ିଛି।
ତଥାପି ଦୁଇଟି ପରିବାର ଏବେ ଖୋଲା ଆକାଶ ତଳେ ରହିବାକୁ ବାଧ୍ୟ ହୋଇଛନ୍ତି।
ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ବିଦ୍ୟୁତ୍ ଶର୍ଟ ସର୍କିଟ୍ କିମ୍ବା ଚୁଲିର ନିଆଁ ଲାଗିବା ହେତୁ ଘଟିଥିବା ସନ୍ଦେହ କରାଯାଉଛି।
ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି।
ସ୍ଥାନୀୟ ଲୋକମାନେ ପୀଡ଼ିତ ପରିବାରଙ୍କୁ ଶୀଘ୍ର ସରକାରୀ ସହାୟତା ଓ ଆର୍ଥିକ କ୍ଷତି ପୂରଣ ଦେବାକୁ ଦାବି କରିଛନ୍ତି।
ଏହି ଅଗ୍ନିକାଣ୍ଡ ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ରାୟଗଡ଼ା ଜିଲ୍ଲାରୁ ଜବାବ ପାଲକା ଙ୍କ ରିପୋର୍ଟ
ବିପ୍ଳବୀ ପରିକ୍ରମା
Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.