Biplabi Parikrama
Breaking

* ଅନଖର୍ଚ୍ଚିତ ବଜେଟ ଅର୍ଥ ନେଇ ପ୍ରଶ୍ନ: ବିରୋଧୀଙ୍କ ହିସାବ ଦାବି    |   

* ପରିବର୍ତ୍ତିତ ହେଲା ରାଜଭବନର ନାମ: ଏଣିକି ‘ଲୋକଭବନ’    |   

* Winter eases across Odisha, but Kandhamal remains in deep chill    |   

Home > Odisha > ରାୟଗଡ଼ା ବିଷମକଟକରେ ବରିଷ୍ଟ ବ୍ୟକ୍ତି କୈଲାଶ ସାହୁ ହତ୍ୟା: ସାନ ପୁଅ ପରେ ବଡ଼ ପୁଅ ଗିରଫ

ରାୟଗଡ଼ା ବିଷମକଟକରେ ବରିଷ୍ଟ ବ୍ୟକ୍ତି କୈଲାଶ ସାହୁ ହତ୍ୟା: ସାନ ପୁଅ ପରେ ବଡ଼ ପୁଅ ଗିରଫ

By brother ansu Feb 07, 2026 0 min read
ରାୟଗଡ଼ା ବିଷମକଟକରେ ବରିଷ୍ଟ ବ୍ୟକ୍ତି କୈଲାଶ ସାହୁ ହତ୍ୟା: ସାନ ପୁଅ ପରେ ବଡ଼ ପୁଅ ଗିରଫ
ରାୟଗଡ଼ା ବିଷମକଟକରେ ବରିଷ୍ଟ ବ୍ୟକ୍ତି କୈଲାଶ ସାହୁ ହତ୍ୟା: ସାନ ପୁଅ ପରେ ବଡ଼ ପୁଅ ଗିରଫ

ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଅନ୍ତର୍ଗତ ବ୍ରାହ୍ମଣ ସାହିରେ ଘଟିଥିବା ବରିଷ୍ଟ ବ୍ୟକ୍ତି କୈଲାଶ ଚନ୍ଦ୍ର ସାହୁଙ୍କ ନିର୍ମମ ହତ୍ୟା ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି।

ଏହି ମାମଲାରେ ପୂର୍ବରୁ ସାନ ପୁଅଙ୍କୁ ଗିରଫ କରାଯାଇଥିବାବେଳେ, ଆଜି ବିଷମକଟକ ପୋଲିସ ବଡ଼ ପୁଅଙ୍କୁ ମଧ୍ୟ ଗିରଫ କରିଛି। ପୋଲିସ ଜିଜ୍ଞାସା ସମୟରେ ବଡ଼ ପୁଅ ସ୍ବୀକାର କରିଛି ଯେ, ସେ ଓ ତାଙ୍କ ସାନ ଭାଇ ମିଶି ଧାରୁଆ ଅସ୍ତ୍ରରେ ବାପାଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ।

ପ୍ରାଥମିକ ତଦନ୍ତରୁ ପ୍ରକାଶ ପାଇଛି ଯେ, ବାପାଙ୍କ ବାରଣ ସତ୍ତ୍ୱେ ସୁଧ କାରବାର ଚାଲୁ ରଖିଥିବାକୁ ନେଇ ପରିବାର ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଚାଲିଥିଲା। ଏହି ବିବାଦ ଶେଷରେ ଏକ ନିର୍ମମ ହତ୍ୟାର ରୂପ ନେଇଥିବା ସୂଚନା ପୋଲିସ ପାଇଛି।

ଉଲ୍ଲେଖଯୋଗ୍ୟ ଯେ, ଗତ ୩୦ ତାରିଖରେ ବ୍ରାହ୍ମଣ ସାହି ଅଞ୍ଚଳରୁ କୈଲାଶ ଚନ୍ଦ୍ର ସାହୁଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା। ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଓ ଆତଙ୍କ ସୃଷ୍ଟି କରିଥିଲା।

ଏହି ମାମଲାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ବେଳେ, ଗିରଫ ଦୁଇ ଭାଇଙ୍କୁ ଆଦାଲତରେ ହାଜର କରାଯିବ ବୋଲି ସୂଚନା ମିଳିଛି।

No video available for this news.