Biplabi Parikrama
Breaking

* ଅନଖର୍ଚ୍ଚିତ ବଜେଟ ଅର୍ଥ ନେଇ ପ୍ରଶ୍ନ: ବିରୋଧୀଙ୍କ ହିସାବ ଦାବି    |   

* ପରିବର୍ତ୍ତିତ ହେଲା ରାଜଭବନର ନାମ: ଏଣିକି ‘ଲୋକଭବନ’    |   

* Winter eases across Odisha, but Kandhamal remains in deep chill    |   

Home > Odisha > ଓଡ଼ିଶାର ରାଜଗାଙ୍ଗପୁରରେ ଧୁମଧାମରେ ପାଳିତ ଶ୍ରୀରାମ ଜନ୍ମୋତ୍ସବ ଓ ରାମନବମୀ ମହୋତ୍ସବ

ଓଡ଼ିଶାର ରାଜଗାଙ୍ଗପୁରରେ ଧୁମଧାମରେ ପାଳିତ ଶ୍ରୀରାମ ଜନ୍ମୋତ୍ସବ ଓ ରାମନବମୀ ମହୋତ୍ସବ

By brother ansu Mar 28, 2026 1 min read
ଓଡ଼ିଶାର ରାଜଗାଙ୍ଗପୁରରେ ଧୁମଧାମରେ ପାଳିତ ଶ୍ରୀରାମ ଜନ୍ମୋତ୍ସବ ଓ ରାମନବମୀ ମହୋତ୍ସବ
ଓଡ଼ିଶାର ରାଜଗାଙ୍ଗପୁରରେ ଧୁମଧାମରେ ପାଳିତ ଶ୍ରୀରାମ ଜନ୍ମୋତ୍ସବ ଓ ରାମନବମୀ ମହୋତ୍ସବ

ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ସହରରେ ପ୍ରସିଦ୍ଧ ଶ୍ରୀରାମ ଜନ୍ମୋତ୍ସବ ଓ ରାମନବମୀ ମହୋତ୍ସବ ଧୁମଧାମରେ ପାଳିତ ହୋଇଛି। ଗାଙ୍ଗପୁର ଷ୍ଟେଟ୍ ସମୟରୁ ଆରମ୍ଭ ହୋଇଥିବା ଏହି ପାରମ୍ପରିକ ଉତ୍ସବ ଆଜି ରାଜଗାଙ୍ଗପୁର ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି କରିଛି।

ବାବା ତାଲାବ ପୋଖରୀ କୂଳରେ ଅବସ୍ଥିତ ହନୁମାନ ମନ୍ଦିରରୁ ପୂଜାର୍ଚ୍ଚନା ପରେ ଏକ ବିରାଟ ଶୋଭାଯାତ୍ରା ନଗର ପରିକ୍ରମା ପାଇଁ ବାହାରିଥିଲା। ଏହି ଶୋଭାଯାତ୍ରାରେ ଅନୁମାନିତ ୨୦ ହଜାରରୁ ଅଧିକ ପୁରୁଷ, ମହିଳା ଓ ଶିଶୁମାନେ ଯୋଗଦେଇଥିଲେ। ବିଭିନ୍ନ ଅସ୍ତ୍ର-ଶସ୍ତ୍ର କଳା ପ୍ରଦର୍ଶନ ଦେଖି ଦର୍ଶକମାନେ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ।

ସମଗ୍ର ସହର ଗେରୁଆ ରଙ୍ଗରେ ରଙ୍ଗିତ ହୋଇଯାଇଥିବା ବେଳେ “ଜୟ ଶ୍ରୀରାମ” ଧ୍ୱନିରେ ପରିବେଶ ମୁଗ୍ଧମୟ ହୋଇଯାଇଥିଲା। ପରମ୍ପରା ଅନୁଯାୟୀ ଶ୍ରୀରାମଚନ୍ଦ୍ର, ଲକ୍ଷ୍ମଣ ଓ ବୀର ହନୁମାନଙ୍କ ଭବ୍ୟ ରୂପରେ ଶୋଭାଯାତ୍ରା ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା।

ଭକ୍ତମାନଙ୍କ ସୁବିଧା ପାଇଁ ବାଟସାରା ପ୍ରାୟ ୩୦ ରୁ ୪୦ଟି ସ୍ଥାନରେ ଭୋଗ ବଣ୍ଟନ ସହ ଫଳ, ଜଳଖିଆ, ସର୍ବତ, ଆଇସକ୍ରିମ ଓ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ଦ୍ୱାରା କରାଯାଇଥିଲା।

ଏହି ଉତ୍ସବର ଏକ ମୁଖ୍ୟ ଆକର୍ଷଣ ଥିଲା ଭାଇଚାରାର ଉଦାହରଣ—ମୁସଲିମ ସମ୍ପ୍ରଦାୟର ପ୍ରତିନିଧିମାନେ ମଧ୍ୟ ଶୋଭାଯାତ୍ରାରେ ଯୋଗଦେଇ ଭକ୍ତମାନଙ୍କ ପାଇଁ ଥଣ୍ଡା ପାନୀୟ ଜଳ ବଣ୍ଟନ କରିଥିଲେ।

କାଳ ବୈଶାଖୀ ବାତ୍ୟା, ପ୍ରବଳ ପବନ ଓ ପାୱାର କଟ୍ ସତ୍ତ୍ୱେ ମଧ୍ୟ ଉତ୍ସବର ଉତ୍ସାହ କମିନଥିଲା। ଶୋଭାଯାତ୍ରାଟି ସହର ପରିକ୍ରମା ପରେ ଲିପଲୋଇ ଗ୍ରାମର ନଦୀ କୂଳରେ ସମାପ୍ତ ହୋଇଥିଲା।

ଉତ୍ସବକୁ ନେଇ ଲୋକମାନଙ୍କ ଭିତରେ ଭାରି ଉତ୍ସାହ ଦେଖି ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିଲା। ପଶ୍ଚିମାଞ୍ଚଳ DIG, ସୁନ୍ଦରଗଡ଼ SP ଓ ଜିଲ୍ଲାପାଳ ସ୍ୱୟଂ ଉପସ୍ଥିତ ରହି ସମଗ୍ର ପରିସ୍ଥିତି ଉପରେ ନଜର ରଖିଥିଲେ।

No video available for this news.