ସୁନ୍ଦରଗଡ଼: ରାଜଗାଙ୍ଗପୁର ପୋଲିସ ଦ୍ୱାରା ୪ କୋଟି ୧୯ ଲକ୍ଷ ଟଙ୍କା ଟ୍ରାନ୍ଜେକସନ୍ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ
ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ରାଜଗାଙ୍ଗପୁର ଅଞ୍ଚଳରେ ଏକ ବଡ଼ ସାଇବର ଠକେଇ ମାମଲାରେ ରାଜଗାଙ୍ଗପୁର ପୋଲିସ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି।
ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଦୁଇଜଣ ଅଭିଯୁକ୍ତ ଚାରୋଟି ମ୍ୟୁଲ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରି ପ୍ରାୟ ୪ କୋଟି ୧୯ ଲକ୍ଷ ଟଙ୍କା ଅବୈଧ ଟ୍ରାନ୍ଜେକସନ୍ କରିଥିଲେ। ଏହି ଆକାଉଣ୍ଟଗୁଡ଼ିକୁ ସାଇବର ଠକେଇ ଓ ଆର୍ଥିକ ଅପରାଧ ପାଇଁ ବ୍ୟବହାର କରାଯାଉଥିଲା।
ଗୁପ୍ତ ସୂଚନା ଓ ପ୍ରାଯୁକ୍ତିକ ତଦନ୍ତ ଆଧାରରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ସମ୍ପୃକ୍ତ ଡକ୍ୟୁମେଣ୍ଟ ଓ ବ୍ୟାଙ୍କ ସୂଚନା ଜବତ କରିଛି। ପରେ ଅଭିଯୁକ୍ତଦ୍ୱୟଙ୍କୁ ଆଇନୁସାରେ କୋର୍ଟକୁ ଚାଲାଣ କରାଯାଇଛି।
ପୋଲିସ ପକ୍ଷରୁ ସାଧାରଣ ଲୋକଙ୍କୁ ସଚେତନ ରହିବା ସହ ନିଜ ବ୍ୟାଙ୍କ ଆକାଉଣ୍ଟ କାହାକୁ ବ୍ୟବହାର କରିବାକୁ ନଦେବା ଓ ସନ୍ଦେହଜନକ ଟ୍ରାନ୍ଜେକସନ୍ ଦେଖିଲେ ତୁରନ୍ତ ପୋଲିସକୁ ଅଭିଯୋଗ କରିବାକୁ ଅନୁରୋଧ କରାଯାଇଛି।

Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.