ରାଜଗାଙ୍ଗପୁର ମ୍ୟୁନିସିପାଲଟିରେ ଉନ୍ନତି ନାଁରେ ହରିଲୁଟ! ପିଚୁ ରୋଡ଼ କାମରେ ଦୁର୍ନୀତି ଅଭିଯୋଗ

ରାଜଗାଙ୍ଗପୁର ମ୍ୟୁନିସିପାଲଟିରେ ଉନ୍ନତି ମୂଳକ କାର୍ଯ୍ୟ ନାଁରେ ଭ୍ରଷ୍ଟାଚାର ଘଟୁଥିବା ଅଭିଯୋଗ ସାଧାରଣ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇପାରିଛି। ସହରର ମୂଖ୍ୟ ରାସ୍ତାରେ ପିଚୁ କାମର ଗୁଣମାନ ନେଇ ଉଠୁଥିବା ପ୍ରଶ୍ନ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବିଗତ ବର୍ଷ ରାମନବମୀ ପୂର୍ବରୁ ହୋଇଥିବା ପିଚୁ ରୋଡ଼ କାମ କେବଳ କିଛି ମାସ ମଧ୍ୟରେ ଖରାପ ହୋଇପଡ଼ିଛି। ବର୍ଷ ମଧ୍ୟରେ ଏହି ରାସ୍ତାକୁ ଦୁଇଥର ମରାମତି କରାଯାଇଥିବା ସତ୍ତ୍ୱେ, ପୁଣିଥରେ ରାମନବମୀ ଆଗରୁ ନୂତନ କାମ ଆରମ୍ଭ ହେବା ସନ୍ଦେହକୁ ଆରୋ ଗଭୀର କରିଛି।
ନିୟମ ଅନୁଯାୟୀ ଯେକୌଣସି ଉନ୍ନତି ମୂଳକ କାମର ନିର୍ଦ୍ଧାରିତ ଗ୍ୟାରେଣ୍ଟି ପିରିୟଡ୍ ଥାଏ। କିନ୍ତୁ ଗ୍ୟାରେଣ୍ଟି ସମୟ ସମାପ୍ତ ହେବା ପୂର୍ବରୁ ଯଦି ରାସ୍ତାରେ ବଡ଼ ବଡ଼ ଗାତ ସୃଷ୍ଟି ହେଉଛି, ତେବେ କାମର ଗୁଣମାନ ଓ ଦାୟିତ୍ୱ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।
ଏହାସହିତ, ପୈରପାଳିକାର କିଛି ଯନ୍ତ୍ରୀ ଦୀର୍ଘ ୮-୧୦ ବର୍ଷ ଧରି ଏକେ ସ୍ଥାନରେ ରହିଥିବା ଅଭିଯୋଗ ମଧ୍ୟ ଆସୁଛି, ଯାହା ନିମ୍ନମାନର କାର୍ଯ୍ୟକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ ରହିଛି।
ଏହା ପୂର୍ବରୁ ପରିମଳ ଠିକା କାମରେ ଭ୍ରଷ୍ଟାଚାର ନେଇ କିଛି ନିର୍ବାଚିତ ପୈର ସଭ୍ୟ ସଭ୍ୟାମାନେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ଓ ପୈରପରିଷଦ କାର୍ଯ୍ୟାଳୟ ସାମ୍ନାରେ ଧାରଣା ମଧ୍ୟ ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପଦକ୍ଷେପ ଦେଖିବାକୁ ମିଳିନାହିଁ।
ଏହି ପରିସ୍ଥିତିକୁ ଦେଖି ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି ଓ ଏକ ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥା ମାଧ୍ୟମରେ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଦାବି ଜୋରଦାର ହୋଇଛି।
Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.