ରାଜଗାଙ୍ଗପୁରରେ ଡକାୟତି ପ୍ଲାନ୍ ଫେଲ୍, ୬ ଅଭିଯୁକ୍ତ ଧରାପଡ଼ିଲେ
ରାଜଗାଙ୍ଗପୁର, ୦୩-୦୪-୨୦୨୬:
ଗତକାଲି ରାଜଗାଙ୍ଗପୁର ପୋଲିସ ରାତ୍ରି କାଳୀନ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବିଶ୍ବସ୍ତ ସୂତ୍ରରୁ ଡକାୟତି ଯୋଜନା ସମ୍ବନ୍ଧୀୟ ସୂଚନା ପାଇଥିଲା। ଏହା ପରେ ପୋଲିସ ତୁରନ୍ତ କାର୍ଯ୍ୟରେ ଲାଗି ଛାପା ମାରିଥିଲା।
ଛାପା ମାରା ସମୟରେ ୮ ଜଣ ମଧ୍ୟରୁ ୬ ଜଣ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସଫଳ ହୋଇଥିଲା। ଅଭିଯୁକ୍ତମାନଙ୍କ ଠାରୁ ୪ଟି ବଡ଼ ଛୁରୀ, ୪ଟି ଲୁହା ରଡ୍, ୩ ପ୍ୟାକେଟ ଲଙ୍କା ଗୁଣ୍ଡ ଓ ମୁହଁ ଢାକିବା ପାଇଁ ବ୍ୟବହୃତ ୬ଟି ଗାମୁଛା ଜବତ କରାଯାଇଛି।
ପୋଲିସ ପଚରାଉଚରା ସମୟରେ ଅଭିଯୁକ୍ତମାନେ ସୁରୁଡିହି ଗ୍ରାମରେ ଲୁଟ୍ ପାଟ କରିବା ପାଇଁ ଯୋଜନା କରୁଥିବାକୁ ସ୍ୱୀକାର କରିଥିବା ଜଣାପଡ଼ିଛି।
ଏହି ଘଟଣା ସମ୍ପର୍କରେ ରାଜଗାଙ୍ଗପୁର ଥାନାରେ କେସ ନମ୍ବର ୨୦୩ ତାରିଖ ୦୩-୦୪-୨୦୨୬ ଅନୁଯାୟୀ BNS ଧାରା ୩୧୦(୪) ଓ ୩୧୦(୫) ରେ ମକଦ୍ଦମା ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଫେରାର ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।
👉 ରାଜଗାଙ୍ଗପୁରରୁ ରମେଶ ସୋନିଙ୍କ ରିପୋର୍ଟ।

Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.