ଅବୈଧ ଜମି କବଜା ବିରୋଧରେ ଆଦିବାସୀଙ୍କ ଗଣ ବିକ୍ଷୋଭ ୧୨ ଦିନ | CPM ପକ୍ଷରୁ ସମର୍ଥନ |
ରାଜଗାଙ୍ଗପୁର (୨୪-୧୨-୨୦୨୫):
ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ ଦ୍ୱାରା ବଳପୂର୍ବକ ଏବଂ ନିୟମ ବିରୋଧୀ ଭାବେ ଚାଷ ଜମି କବଜା ବିରୋଧରେ ଆଦିବାସୀମାନଙ୍କ ଗଣ ବିକ୍ଷୋଭ ଆଜି ୧୨ ଦିନରେ ପହଞ୍ଚିଛି।
ଏହି ବିକ୍ଷୋଭ ସ୍ଥଳୀକୁ CPM ବଣାଇ ବିଧାୟକ ଶ୍ରୀ ଲକ୍ଷ୍ମଣ ମୁଣ୍ଡା, CPM ନେତା ଜାହାଙ୍ଗୀର ଅଲି, ଜିଲ୍ଲା ସଚିବ ଶ୍ରୀ ଜଜାତି ସାହୁ ଏବଂ କୋଇଡା ଜିଲ୍ଲା ପରିଷଦ ସଭ୍ୟା ସୁଶ୍ରୀ ଶୁସିଲା ମୁଣ୍ଡା ପହଞ୍ଚି ବିକ୍ଷୋଭକାରୀ ଆଦିବାସୀମାନଙ୍କୁ CPM ଦଳ ତରଫରୁ ଆନୁଷ୍ଠାନିକ ଭାବେ ସମର୍ଥନ ଘୋଷଣା କରିଥିଲେ।
ନେତାମାନେ ଅଭିଯୋଗ କରିଥିଲେ ଯେ, ଶାସନ ପ୍ରଶାସନ ପୁଞ୍ଜିପତି କମ୍ପାନୀକୁ ସୁବିଧା ଦେଇ ନିୟମ ବିରୋଧୀ ଭାବେ ରାତି ଅଧିଆରେ ଜମି କବଜା କରାଯାଉଛି, ଯାହା ଆଦିବାସୀ ମାରଣ ନୀତିର ସ୍ପଷ୍ଟ ଉଦାହରଣ।
"ଫୋରମ୍ ଫୋର୍ ଗ୍ରାମ" ସଭା ପକ୍ଷରୁ ଶାସନ ପ୍ରଶାସନ ଓ କମ୍ପାନୀକୁ ଦିଆଯାଇଥିବା ସମୟ ସୀମା ମଧ୍ୟରେ ଯଦି ଜମି ଛାଡାଯାଏ ନାହିଁ, ତେବେ ଆଗାମୀ ଦିନରେ ଜିଲ୍ଲା ସାରା ଆର୍ଥିକ ଅବରୋଧ ଓ ପ୍ରଶାସନ ବିରୋଧରେ ଅସହଯୋଗ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି। CPM ଏହି ଆନ୍ଦୋଳନକୁ ପ୍ରତ୍ୟକ୍ଷ ସମର୍ଥନ ଦେବ ବୋଲି ଘୋଷଣା କରିଛି।
— ରାଜଗାଙ୍ଗପୁରରୁ ରମେଶ ସୋନିଙ୍କ ରିପୋର୍ଟ, ବିପ୍ଲବୀ ପରିକ୍ରମା

Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.