Biplabi Parikrama
Breaking

* ଅନଖର୍ଚ୍ଚିତ ବଜେଟ ଅର୍ଥ ନେଇ ପ୍ରଶ୍ନ: ବିରୋଧୀଙ୍କ ହିସାବ ଦାବି    |   

* ପରିବର୍ତ୍ତିତ ହେଲା ରାଜଭବନର ନାମ: ଏଣିକି ‘ଲୋକଭବନ’    |   

* Winter eases across Odisha, but Kandhamal remains in deep chill    |   

Home > Odisha > ବଲାଙ୍ଗିରରେ ଲେଖାଶ୍ରୀ ସାମନ୍ତ ସିଂହାର ବିବାଦିତ ମନ୍ତବ୍ୟ ବିରୋଧରେ କଳାକାରଙ୍କ ବିକ୍ଷୋଭ

ବଲାଙ୍ଗିରରେ ଲେଖାଶ୍ରୀ ସାମନ୍ତ ସିଂହାର ବିବାଦିତ ମନ୍ତବ୍ୟ ବିରୋଧରେ କଳାକାରଙ୍କ ବିକ୍ଷୋଭ

By brother ansu Mar 30, 2026 0 min read
ବଲାଙ୍ଗିରରେ ଲେଖାଶ୍ରୀ ସାମନ୍ତ ସିଂହାର ବିବାଦିତ ମନ୍ତବ୍ୟ ବିରୋଧରେ କଳାକାରଙ୍କ ବିକ୍ଷୋଭ
ବଲାଙ୍ଗିରରେ ଲେଖାଶ୍ରୀ ସାମନ୍ତ ସିଂହାର ବିବାଦିତ ମନ୍ତବ୍ୟ ବିରୋଧରେ କଳାକାରଙ୍କ ବିକ୍ଷୋଭ

ବିଜୁ ଜନତା ଦଳର ରାଜ୍ୟ ଉପସଭା ନେତ୍ରୀ ଶ୍ରୀମତୀ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ଦ୍ୱାରା ଚୌଦ୍ୱାର କଟକର ପୂର୍ବତନ ବିଧାୟକ ଡାକ୍ତର ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ପ୍ରତି ଦିଆଯାଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ବିବାଦ ତୀବ୍ର ହୋଇଯାଇଛି।

ଏହାର ବିରୋଧରେ ବଲାଙ୍ଗିର ଜିଲ୍ଲାର ଜିଲ୍ଲା ସଂକୀର୍ତନ୍ୟ ମଣ୍ଡଳୀ ଓ ବହୁ ସଂଖ୍ୟକ କଳାକାର ମାନେ ଏକତ୍ରିତ ହୋଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର ବିକ୍ଷୋଭ ପଦର୍ଶନ କରିଥିଲେ।

ଆଜି ସକାଳ ପ୍ରାୟ ୧୨ଟା ସମୟରେ ଆୟୋଜିତ ଏହି ବିକ୍ଷୋଭରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା କଳାକାରମାନେ ଉପସ୍ଥିତ ରହିଥିଲେ। ସେମାନେ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଥିଲେ ଏବଂ ଏପରି ମନ୍ତବ୍ୟକୁ ସମାଜ ପାଇଁ ଅଶୋଭନୀୟ ବୋଲି କହିଥିଲେ।

ବିକ୍ଷୋଭ ସମୟରେ ସ୍ଲୋଗାନ ଦେଇ ନିଜ ଅସନ୍ତୋଷ ପ୍ରକାଶ କରିଥିବା କଳାକାରମାନେ ଭବିଷ୍ୟତରେ ଏପରି ଘଟଣା ପୁନରାବୃତ୍ତି ନହେବାକୁ ସତର୍କ କରିଥିଲେ।

No video available for this news.