ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ କଟଙ୍ଗ ଲାଖପଡା ଠାରେ ଏକ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଅନ୍ୟ ମାନଙ୍କ ସହ ଉକ୍ତ ଗ୍ରାମର ବହୁ ସନାତନୀ ହିନ୍ଦୁ ସମ୍ପ୍ରଦାୟ ପରିବାର ସମ୍ମିଳିତ ହୋଇଥିଲେ। ସର୍ବପ୍ରଥମେ ଏକ ବିଶାଳ ଶୋଭାଯାତ୍ରା ରେ କଳସ ଯାତ୍ରା କରାଯାଇଥିଲା।
ପରେ ସମଗ୍ର ହିନ୍ଦୁ ସମାଜ ସୌଜନ୍ୟ ରେ ସଭାପତି ରାଜକୁମାର ଟପ୍ପୋ ଙ୍କ ଅଧ୍ୟକ୍ଷତାରେ ସଭକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ରଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଜିଲ୍ଲା ସଦ୍ଭାବନା ପ୍ରମୂଖ ସନାତନ ନାଏକ ମୂଖ୍ୟ ଅତିଥିରୁପେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ଆର ଏସ୍ ଏସ୍ ଜିଲ୍ଲା କାର୍ଯ୍ୟବାହୀ ତୀର୍ଥବାସୀ ପାତ୍ର ମଞ୍ଚାସୀନ ଥିଲେ।
କର୍ଯ୍ୟକ୍ରମ ପ୍ରମୂଖ ବନମାଳୀ ବାଙ୍କରା ଓ ସହ ପ୍ରମୁଖ ସୁରେଶ ଟପ୍ପୋ କାର୍ଯ୍ୟକ୍ରମ ଆୟୋଜନ ରେ ସହଯୋଗ କରିଥିଲେ। ଆର ଏସ୍ ଏସ୍ ଖଣ୍ଡକାର୍ଯ୍ୟବାହୀ ଖଣ୍ଡ ପ୍ରମୁଖ ଗୋପବନ୍ଧୁ ସାହୁ ,ଗ୍ରାମ ପ୍ରମୂଖ ବନ ମିଞ୍ଜ, ବଜରଙ୍ଗଦଳ ଜିଲ୍ଲା ସଂଯୋଜକ ଦୀପକ ମହାନନ୍ଦିଆ, ବଜରଙ୍ଗଦଳ ବିଭାଗ ସଂଯୋଜକ ମୁକେଶ ପ୍ରଧାନ, କାର୍ଯ୍ୟକର୍ତ୍ତା କ୍ଷୀରୋଦ ଛୁରା ଓ କଇରୁ ମିଞ୍ଜ ପ୍ରମୁଖ ବହୁ ସନାତନୀ ଶାଖା ହିନ୍ଦୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।
ଏଥିରେ ମୁଖ୍ୟତଃ ପଞ୍ଚ ପରିବର୍ତନ ଯଥା ସାମାଜିକ ସଦ୍ଭାବନା, ପର୍ଯ୍ୟାବରଣ ସୁରକ୍ଷା, ସ୍ବଦେଶୀ ଉତ୍ପାଦନ ବ୍ୟବହାର, ପରିବାର ପ୍ରବୋଧନ ଓ ନାଗରିକ କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା।
ସୂଚନା ଏହିକି ଯେ ଏହି ଅଂଚଳରେ ଭିନ୍ନ ସମ୍ପ୍ରଦାୟ ର ଲୋକେ ବହୁ ହିନ୍ଦୁ ଧର୍ମାବଲମ୍ବୀ ଲୋକମାନଙ୍କୁ ଧର୍ମାନ୍ତରିତ କରିଥିବା ବେଳେ ବର୍ତ୍ତମାନ ମଧ୍ୟ ହିନ୍ଦୁ ମାନଙ୍କୁ ଧର୍ମାନ୍ତରିତ କରିବାକୁ ନିରନ୍ତର ଉଦ୍ୟମ କରି ଚାଲିଥିବାରୁ ହିନ୍ଦୁ ମାନଙ୍କ ଧର୍ମ ରକ୍ଷା ପାଇଁ ସଭା ରେ ସଚେତନ କରା ଯାଇ ଥିଲା। ବାସୀଗ୍ରାମ ଶ୍ରଦ୍ଧାଳୁ ମାନେ ଭଜନ କୀର୍ତ୍ତନ ଗାନ କରିଥିଲେ।

Share this article
View More
ନିଳେଇ ପାଳିରେ ଭବ୍ୟ ୪୦ ପ୍ରହରୀ ନାମଯଜ୍ଞ ସମାପନ
Mar 27, 2026
ରାଜଗାଙ୍ଗପୁରରେ ଧୁମଧାମରେ ପାଳିତ ଶ୍ରୀରାମ ଜନ୍ମୋତ୍ସବ ଓ ରାମନବମୀ ମହୋତ୍ସବ
Mar 27, 2026
ବିଷମକଟକରେ ବିରାଟ ବିଶ୍ୱ ହିନ୍ଦୁ ସମ୍ମିଳନୀ | ୪ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ
Jan 25, 2026
ଖାରୁଆ ବାବା ମଠରେ ରାମାୟଣ ନବାହ ପାରାୟଣ ଆରମ୍ଭ | Bargarh Ramayan Path 2025
Dec 10, 2025
Stay Updated
Subscribe to our newsletter for latest updates.