କୋଶଳ ସମାଜ ତରଫରୁ ନେତାଜୀ ସୁଭାଷଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ
କୋଶଳ ସମାଜ ତରଫରୁ ସୁନ୍ଦରଗଡ଼ ସ୍ଥିତ କୋଶଳ ସମାଜ କାର୍ଯ୍ୟାଳୟ ପରିସରରେ ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଦିନ ଅବସରରେ ଏକ ଭବ୍ୟ ଓ ଗମ୍ଭୀର ଜୟନ୍ତୀ ଉତ୍ସବ ଆୟୋଜିତ ହୋଇଯାଇଛି।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଆନନ୍ଦମାର୍ଗ ଡାୟୋସିସ ସଂପାଦିକା ଆଚାର୍ଯ୍ୟା ଆନନ୍ଦ ଦେବମାଲିକା ଅବଧୂତିକା ଯୋଗ ଦେଇଥିବା ବେଳେ, କୋଶଳ ସମାଜ ମହାସଚିବ ଶ୍ରୀ ଦିଲିପ କୁମାର ପଣ୍ଡା ସଭାପତିତ୍ୱ କରିଥିଲେ। ମୁଖ୍ୟ ବକ୍ତା ଭାବେ କୋଶଳ ସମାଜ ମହିଳା ସଚିବ ଶ୍ରୀମତୀ ପଦ୍ମା ଦେବୀ ଓ ସମ୍ମାନିତ ବକ୍ତା ଭାବେ କୋଶଳ ସମାଜ ଲେଫ୍ରିପଡା ବ୍ଲକ ସଚିବ ଶ୍ରୀ ଶଶିଭୂଷଣ ସିଂ ଉପସ୍ଥିତ ଥିଲେ।
ସଭାର ଆରମ୍ଭରେ ନେତାଜୀ ସୁଭାଷଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଫଟୋଚିତ୍ରରେ ପୁଷ୍ପମାଳ୍ୟ ଅର୍ପଣ କରାଯାଇ ଉତ୍ସବର ଉଦଘାଟନ କରାଯାଇଥିଲା। ପ୍ରାରମ୍ଭିକ ସଙ୍ଗୀତ ଭାବେ କୋଶଳିକା ଭାରତୀ ପଣ୍ଡା ପ୍ରଭାତ ସଙ୍ଗୀତ ଗାନ କରି ସଭାକୁ ଆଧ୍ୟାତ୍ମିକ ମାହୋଲ ଦେଇଥିଲେ।
ସଭାରେ ବକ୍ତାମାନେ ଭାରତ ସ୍ୱାଧୀନତା ସଂଗ୍ରାମରେ ବୀର ସୁରେନ୍ଦ୍ର ସାଏଙ୍କ ଅତୁଳନୀୟ ଅବଦାନ ଓ ନେତାଜୀଙ୍କ ଦୃଢ଼ ଓ ଦୁର୍ଦ୍ଧର୍ଷ ନେତୃତ୍ୱରେ ଗଠିତ ଆଜାଦ ହିନ୍ଦ ଫୌଜର ପରାକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ନେତାଜୀଙ୍କ ଆହ୍ୱାନ ଓ ସଂଘର୍ଷ ଭାରତର ସ୍ୱାଧୀନତା ଆନ୍ଦୋଳନକୁ ଏକ ନୂତନ ଦିଗ ଦେଇଥିଲା ବୋଲି ସଭାପତି ଶ୍ରୀ ଦିଲିପ କୁମାର ପଣ୍ଡା ତାଙ୍କ ବକ୍ତବ୍ୟରେ କହିଥିଲେ।
ଏହି ଜୟନ୍ତୀ ଉତ୍ସବ ମାଧ୍ୟମରେ ଯୁବପୀଢ଼ୀଙ୍କ ମଧ୍ୟରେ ଦେଶଭକ୍ତି, ତ୍ୟାଗ ଓ ସଂଘର୍ଷର ଚେତନା ଜାଗୃତ କରିବାର ସନ୍ଦେଶ ଦିଆଯାଇଥିଲା।

Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.