କେନ୍ଦ୍ର ସରକାରଙ୍କ ଶ୍ରମିକ ସ୍ବାର୍ଥ ବିରୋଧୀ ୪ଟି ଶ୍ରମ କୋର୍ଡ ବାତିଲ୍ ଓ ଅନ୍ୟାନ୍ୟ ସମସ୍ୟା ଦାବିରେ ଧର୍ମଘଟ
କେନ୍ଦ୍ର ସରକାରଙ୍କ ଶ୍ରମିକ ସ୍ବାର୍ଥ ବିରୋଧୀ ୪ଟି ଶ୍ରମ କୋର୍ଡ ବାତିଲ୍ ଓ ଅନ୍ୟାନ୍ୟ ସମସ୍ୟା ଦାବିରେ ଧର୍ମଘଟ
କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନମାନଙ୍କ ମିଳିତ ମୋର୍ଚ୍ଚାର ଆହ୍ୱାନରେ
ଆଜି ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଳକ୍ରେ ୧୨ ଘଣ୍ଟିଆ ବନ୍ଦ ସଫଳତାର ସହିତ ପାଳନ କରାଯାଇଛି।
ବନ୍ଦ ସମୟରେ ରାସ୍ତାଘାଟ, ବଜାର ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିବାବେଳେ, ଟ୍ରେଡ୍ ୟୁନିୟନ କର୍ମକର୍ତ୍ତା ଓ ଶ୍ରମିକମାନେ ବିଭିନ୍ନ ଦାବିକୁ ନେଇ ପ୍ରତିବାଦ ପ୍ରଦର୍ଶନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ଟ୍ରେଡ୍ ୟୁନିୟନର ସଭାପତି ମକର ଲିମା,
ଉପ-ସଭାପତି ଅନନ୍ତ କୁସୁଲିଆ,
ସମ୍ପାଦକ ବିରଞ୍ଚି ଗୌଡ ସହ
ଯୋଗୀ କାର୍ଯ୍ୟକର୍ତ୍ତା ବେଳାଲସେନ ପଟିକା, ଦୁଶା ପାଲକା, ସୋମନାଥ ଚିଚୁଆନ, ଅଭି କରକରିଆ, ବୃନ୍ଧାବନ ଗୁଲା, ଲୋକନାଥ ନାଉରୀ, ରାମରାଓ କୁଟ୍ରୁକା, ଛବିଲାଲ ହିଆଲ ଓ ସାଙ୍ଗନା ନିଶିକା ଉପସ୍ଥିତ ଥିଲେ।
ବନ୍ଦ ମାଧ୍ୟମରେ ଚାଷୀମାନଙ୍କ ସମସ୍ୟା,
ଶିକ୍ଷିତ ଯୁବକ-ଯୁବତୀଙ୍କୁ ଚାକିରି ନମିଳିବା,
୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଣ,
ମନରେଗା ଯୋଜନାର ସଠିକ୍ କାର୍ଯ୍ୟାନ୍ବୟନ
ସହିତ ଅଙ୍ଗନୱାଡ଼ି, ଆଶା, ପାଚିକା, ଉଦ୍ୟାନ ସାଥୀ,
ଗ୍ରାମ ପଞ୍ଚାୟତ କର୍ମଚାରୀ ଓ ଜୀବିକା ମିଶନ କର୍ମୀଙ୍କୁ
ୱାର୍କର ମାନ୍ୟତା ପ୍ରଦାନ କରିବା ମୁଖ୍ୟ ଦାବି ରହିଛି।
ସେହିପରି ପୁରୁଣା ପେନସନ ବ୍ୟବସ୍ଥା ପୁନର୍ବାର,
ଇପିଏଫ୍ ସହ ସର୍ବନିମ୍ନ ମାସିକ ପେନସନ ୯ ହଜାର ଟଙ୍କା କରିବା,
ବିଦ୍ୟୁତ ସଂଶୋଧନ ବିଲ୍ ଓ ଅନ୍ୟାନ୍ୟ ଶ୍ରମିକ ବିରୋଧୀ ଆଇନ
ରଦ୍ଦ କରିବା ଦାବି ମଧ୍ୟ ଜୋରଦାର ଭାବରେ ଉଠାଯାଇଛି।
ଶ୍ରମିକ ନେତାମାନେ ସଚେତନ କରାଇଛନ୍ତି ଯେ,
ଦାବିଗୁଡ଼ିକୁ ଯଦି ସରକାର ଅଗ୍ରାହ କରିବେ,
ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି କହିଛନ୍ତି।
ରାୟଗଡ଼ା ଜିଲ୍ଲା ରୁ ଜବାବ ପାଲକା ଙ୍କ ରିପୋର୍ଟ ବିପ୍ଳବୀ ପରିକ୍ରମା

Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.