ଜିଲ୍ଲା ସାମ୍ବାଦିକ ସଂଘ, ରାୟଗଡ଼ ପକ୍ଷରୁ ବନ୍ଧୁ ମିଳନ – ୨୦୨୬ ସଫଳତାର ସହ ଆୟୋଜିତ
ଜିଲ୍ଲା ସାମ୍ବାଦିକ ସଂଘ, ରାୟଗଡ଼ ପକ୍ଷରୁ ବନ୍ଧୁ ମିଳନ – ୨୦୨୬ କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ମୂଖ୍ୟ ଉଦ୍ଦେଶ୍ୟ ଥିଲା ଜିଲ୍ଲାର ସମସ୍ତ ସାମ୍ବାଦିକମାନଙ୍କ ମଧ୍ୟରେ ସୌହାର୍ଦ୍ୟ, ଏକତା, ସହଯୋଗ ଓ ଆପସିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା।
କାର୍ଯ୍ୟକ୍ରମରେ ସଂଘର ସଭାପତି ଡା. ବଦଳ କୁମାର ତାହ ଅଧ୍ୟକ୍ଷତା କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଶ୍ୟାମ କୁମାର ଦାସ ଓ ସାଧାରଣ ସମ୍ପାଦକ ବିଦ୍ୟା ଭୂଷଣ ପଣ୍ଡା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ଅଞ୍ଚଳରୁ ଆସିଥିବା ବହୁ ସଂଖ୍ୟକ ସାମ୍ବାଦିକ ଏହି ବନ୍ଧୁ ମିଳନରେ ଅଂଶଗ୍ରହଣ କରିଥିଲେ।
ବନ୍ଧୁ ମିଳନ ଅବସରରେ ସାମ୍ବାଦିକତାର ଦାୟିତ୍ୱ, ସତ୍ୟନିଷ୍ଠା, ନିର୍ଭୀକତା, ଲୋକହିତମୂଳକ ସମ୍ବାଦ ପ୍ରସ୍ତୁତି ଏବଂ ସମସାମୟିକ ସମସ୍ୟାଗୁଡ଼ିକ ଉପରେ ଗଭୀର ଆଲୋଚନା ହୋଇଥିଲା। ଆଗାମୀ ଦିନରେ ସାମ୍ବାଦିକ ସଂଘକୁ ଆହୁରି ସକ୍ରିୟ, ସଂଗଠିତ ଓ ଶକ୍ତିଶାଳୀ ଭାବେ ଆଗକୁ ନେବା ପାଇଁ ସମସ୍ତ ସଦସ୍ୟ ସଙ୍କଳ୍ପ ନେଇଥିଲେ।
ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଓ ସାହସୀ ଅବଦାନ ପାଇଁ ବିଷମକଟକ ବ୍ଳକ୍ AM ମିଡିଆ 24 ୱେବ୍ ମିଡିଆ ସାମ୍ବାଦିକ ଶିବ ପ୍ରସାଦ ପାଢ଼ୀ, ରାୟଗଡ଼ା ଜିଲ୍ଲା ‘ବିପ୍ଳବୀ ପରିକ୍ରମା’ ୱେବ୍ ମିଡିଆ ସାମ୍ବାଦିକ ଜବାବ ପାଲକା ଓ ବିଷମକଟକ ବ୍ଳକ୍ ସ୍ୱତନ୍ତ୍ର ଓଡ଼ିଶା ଲାଇଭ ୱେବ୍ ମିଡିଆ ସାମ୍ବାଦିକ ଦିଲ୍ଲୀପ କୁମାର ପଢ଼ିଆରିଙ୍କୁ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସମ୍ମାନୀତ କରାଯାଇଥିଲା।
ତାଙ୍କର ସତ୍ୟନିଷ୍ଠ, ନିର୍ଭୀକ ଓ ଲୋକହିତମୂଳକ ସାମ୍ବାଦିକତାକୁ ସମ୍ମାନ ଦେଇ ପ୍ରଦାନ କରାଯାଇଥିବା ଏହି ସମ୍ମାନ ସମସ୍ତ ଉପସ୍ଥିତ ସାମ୍ବାଦିକମାନଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ପ୍ରେରଣା ସୃଷ୍ଟି କରିଥିଲା।
ବନ୍ଧୁତ୍ୱପୂର୍ଣ୍ଣ ପରିବେଶରେ ଆୟୋଜିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଜିଲ୍ଲା ସାମ୍ବାଦିକ ସଂଘ, ରାୟଗଡ଼ର ଏକତା ଓ ସଂଗଠନକୁ ଆହୁରି ମଜବୁତ କରିଥିବା ବୋଲି ଉପସ୍ଥିତ ସାମ୍ବାଦିକମାନେ ମତ ପ୍ରକାଶ କରିଥିଲେ।

Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.