ଯତରା–୨୦୨୬ ପାଇଁ ପ୍ରସ୍ତୁତି: ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ସାମ୍ବାଦିକ ସମ୍ମିଳନୀ
ସୁନ୍ଦରଗଡ଼, ୦୩/୦୨/୨୬:
ଚଳିତ ବର୍ଷ ଫେବୃଆରୀ ୮ ରୁ ୧୨ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ନିକଟସ୍ଥ ଯତରା ପଡ଼ିଆରେ ଜିଲ୍ଲା ମହୋତ୍ସବ ଯତରା–୨୦୨୬ ଧୁମଧାମରେ ଆୟୋଜିତ ହେବ। ଏହି ଉତ୍ସବର ସଫଳ ଆୟୋଜନ ସନ୍ଦର୍ଭରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ସଦଭାବନା ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଡ଼ା. ଶୁଭଙ୍କର ମହାପାତ୍ର ଯତରା–୨୦୨୬ର ସମଗ୍ର ପ୍ରସ୍ତୁତି ଓ ଆୟୋଜନ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ। ଯତରା ଅବସରରେ ସହର ସାରା ଆକର୍ଷଣୀୟ ଆଲୋକିକରଣ, ସ୍ୱତନ୍ତ୍ର ମିନା ବଜାର, ସୁଭଦ୍ରା ଶକ୍ତି ମେଳା, ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ଷ୍ଟଲ ସହ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ଷ୍ଟଲ ବ୍ୟବସ୍ଥା କରାଯିବ।
ପାଞ୍ଚଦିନିଆ ଏହି ମହୋତ୍ସବରେ ପ୍ରତିଦିନ ବିଭିନ୍ନ ପ୍ରାନ୍ତର ସାଂସ୍କୃତିକ ନୃତ୍ୟ, ଲୋକନୃତ୍ୟ ଓ ତାରକା ରାତ୍ରି କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ପ୍ରଖ୍ୟାତ ବଲିଉଡ୍ ଓ ଓଲିଉଡ୍ କଣ୍ଠ ଶିଳ୍ପୀ ସୋନୁ ନିଗମ, ପଲକ୍ ମୁଛଲ୍, ଏମ୍ଡି ଦାନିସ, ରୁକୁ ସୁନା, ଅନ୍ତରା ଚକ୍ରବର୍ତ୍ତୀ, ବର୍ଣାଳି ହୋତା, ମଣ୍ଟ୍ଟ ଛୁରିଆଙ୍କ ସହ ବହୁ କଳାକାର ଅଂଶଗ୍ରହଣ କରିବେ। ଓଲିଉଡ୍ ଅଭିନେତା–ଅଭିନେତ୍ରୀମାନଙ୍କର ମନୋରଞ୍ଜକ କାର୍ଯ୍ୟକ୍ରମ ମଧ୍ୟ ଉପଭୋଗ କରିବାକୁ ମିଳିବ।
ଏହା ସହିତ ପ୍ରତ୍ୟେକ ସନ୍ଧ୍ୟାରେ ବ୍ଲକ୍ସ୍ତରୀୟ ଯତରା ଦଳ, ଡ୍ରୋନ୍ ସୋ, ସ୍ୟାଣ୍ଡ ଆନିମେସନ ପରି ନୂତନ ଆକର୍ଷଣ ମଧ୍ୟ ରହିଛି।
ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମହେନ୍ଦ୍ରନାଥ ମୁର୍ମୁ ପୋଲିସ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ଶାନ୍ତି, ଶୃଙ୍ଖଳା ଓ ସଫଳତା ସହିତ ଆୟୋଜନ କରିବା ପାଇଁ ଜିଲ୍ଲାପାଳ ସମସ୍ତ ଜିଲ୍ଲାବାସୀଙ୍କ ସହଯୋଗ ଆହ୍ୱାନ କରିଥିଲେ।

Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.