ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ବିଶ୍ଵ ମୃତ୍ତିକା ଦିବସ ପାଳିତ
*ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ବିଶ୍ଵ ମୃତ୍ତିକା ଦିବସ ପାଳିତ :*
(ବରଗଡ):: ଆମର ଭବିଷ୍ୟତ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ମୃତ୍ତିକାର ଯତ୍ନ ନେବା ନିହାତି ଆବଶ୍ୟକ। ଏହି ମର୍ମରେ ସ୍ୱାସ୍ଥ୍ୟକର ପରିବେଶ ପାଇଁ ସୁସ୍ଥ ମୃତ୍ତିକାର ଆବଶ୍ୟକତା ସମ୍ଵନ୍ଧରେ ଶିକ୍ଷାର୍ଥୀମାନଙ୍କୁ ଧାରଣା ପ୍ରଦାନ କରିବା ସହ ମୃତ୍ତିକା ପ୍ରଦୂଷଣର କୁପ୍ରଭାବ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ହାଇସ୍କୁଲ,ଭୁକ୍ତାରେ ବିଶ୍ଵ ମୃତ୍ତିକା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗାପ୍ରସାଦ ନାୟକଙ୍କ ତତ୍ତ୍ଵାବଧାନରେ ଶିକ୍ଷୟିତ୍ରୀ ରୋଜାଲିନ ଭୋଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ଏହି ଉପଲକ୍ଷେ ବିଶ୍ଵ ମୃତ୍ତିକା ଦିବସର ବିଷୟ ବସ୍ତୁ "ସ୍ଵାସ୍ଥ୍ୟକର ସହର ପାଇଁ ସୁସ୍ଥ ମୃତ୍ତିକା" ଉପରେ ଆୟୋଜିତ ସେମିନାରରେ ଇକୋ କ୍ଲବ୍ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀ ଯୋଗ ଦେଇ ମୃତ୍ତିକାର ସଂରକ୍ଷଣ ଓ ସୁପରିଚାଳନା ସମ୍ପର୍କରେ ଆଲୋକପାତ କରିଥିଲେ ।ଶିକ୍ଷକ ଆଶୁତୋଷ ଭୋଇ,ଶ୍ରୀପତି ସାହୁ, ତେଜରାମ ସା,ସୁବାସ ଚନ୍ଦ୍ର ଖମାରୀ ଓ ପ୍ରକାଶ ପ୍ରଧାନଙ୍କ ସମେତ ବିଦ୍ୟାଳୟର ଇକୋ କ୍ଲବ୍ ଓ ବିଜ୍ଞାନ କ୍ଲବର ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ବୋଧରାମ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।
Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.