ଜମି କୁ ଜୋର ଜବରଦସ୍ତ କବଜା ବିରୁଦ୍ଧରେ ପ୍ରାୟ ୫ ହଜାର ଲୋକଙ୍କ ମେଳି।
ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ ରାଜଗାଙ୍ଗପୁର ଦ୍ଵାରା ଆଦିବାସୀ ମାନଙ୍କ ଜମି କୁ ଜୋର ଜବରଦସ୍ତ କବଜା ବିରୁଦ୍ଧରେ ପ୍ରାୟ ୫ ହଜାର ଲୋକଙ୍କ ମେଳି।
ଆଜି କୁକୁଡ଼ା ପଞ୍ଚାୟତ ଅନ୍ତର୍ଗତ ଲାଞ୍ଜିବେରନା ଗ୍ରାମ ରେ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ କମ୍ପାନୀ ଦ୍ଵାରା ଆଦିବାସୀଙ୍କ ଜମି କୁ ଜୋର ଜବରଦସ୍ତ ଅବୈଧ କବଜା ବିରୁଦ୍ଧରେ ପ୍ରାୟ ୫ ହଜାର ଆଦିବାସୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ
ବକ୍ତା ମାନେ ବ୍ୟବସ୍ଥିତ ନିୟମ ( sec 41) କୁ ଉଲ୍ଲେଖ କରି କହିଥିଲେ ଯେ, ସଂବିଧାନ ଗ୍ରାମ ସଭା କୁ ଦେଇଥିବା ଶକ୍ତି ବଳରେ ଉପଜିଲ୍ଲାପାଳଙ୍କ ଦ୍ଵାରା ଆହୁତ ବୈଠକରେ ସମସ୍ତ ଗ୍ରାମବାସୀ ଓ ଜନପ୍ରତିନିଧି ମାନେ ନିଜ ନିଜ ଜମି ଓ ଗ୍ରାମର ଜମି ମଧ୍ୟରୁ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ କୁ ଇଞ୍ଚେ ଜମି ଦେବେ ନାହିଁ ବୋଲି ଶାସକ ପ୍ରଶାସନ କୁ ଯଣାଇଦେଇଥିବାର ପ୍ରକାଶ କରିଥିଲେ। ଏବଂ ବ୍ୟବସ୍ଥିତ ନିୟମ କୁ ଉଲ୍ଲେଖ କରି କରିଥିଲେ ଯେ,୮୦% ଗ୍ରାମବାସୀଙ୍କ ସହମତି ଆବଶ୍ୟକ ଥିବା ବେଳେ ସାମାନ୍ୟ କିଛି ମୁଷ୍ଟିମେୟ ଲୋକଙ୍କୁ କଳେ ବଳେ କୈସଳେ ନିଜ ହାତମୁଠାକୁ କରି ଥିବେ କିନ୍ତୁ ମାତ୍ରାଧିକ ଲୋକେ ତାଙ୍କ ଜମି ବିକି ନାହାନ୍ତି କି ବିକିବେ ନାହିଁ।
ଶାସନ ପ୍ରଶାସନ ଯଦି କହୁଛନ୍ତି ଯେ, କମ୍ପାନୀ ସବୁ ଜମି କିଣି ସାରିଛି ହେଲେ ଶାସନ ପ୍ରଶାସନ ଜମି ବିକି ଥିବା ଲୋକଙ୍କ ତାଲିକା କାହିଁକି
ସାର୍ବଜନୀକ କରୁନାହାନ୍ତି? ସରକାର ତାଲିକା ଦିଅନ୍ତୁ ଏବଂ ଆମ୍ଭେ ମଧ୍ୟ ଆମ ଜମିବାଡ଼ିର ଦସ୍ତାବିଜ ସହିତ ଉପସ୍ଥିତ ହେବାପାଇଁ ପ୍ରସ୍ତୁତ ଅଛୁଁ।
ଜାଲିଆତି କରି ଜୋର ଜବରଦସ୍ତ ଜମି ହାତେଇବାର ଚେଷ୍ଟା ବନ୍ଧ କରୁ ସରକାର ନଚେତ ସରକାର ଲେଖିକି ଦିଅନ୍ତୁ ଯେ, ସରକାର ଆଉ ଗ୍ରାମ ସଭା କୁ ଏବଂ ବ୍ୟବସ୍ଥିତ ନିୟମ କାନୁନ କୁ ମାନିବ ନାହିଁ।ଆମ୍ଭେ ଆମ ଜମିବାଡ଼ିର ସୁରକ୍ଷା ପାଇଁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ରେ ଆଶ୍ରୟ ନେଇଛୁ ତାର Case no-414/2025 ରହିଛି ଏବଂ ଏହି ମାମଲାରେ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ ଓ ଓଡ଼ିଶା ସରକାର ପକ୍ଷଭୁକ୍ତ ଥିବାରୁ ସେମାନେ counter Affidavit ମଧ୍ୟ ଦେଇଛନ୍ତି। ସୁପ୍ରିମକୋର୍ଟ ରେ ମାମଲା ବିଚାରଧୀନ ଥିବାବେଳେ ଏବଂ ଉକ୍ତ ଅଞ୍ଚଳର Tahsildar cum Exicutive Magistrate କୁ ନଜଣାଇ ୧୪ ପ୍ଲାଟୁନ୍ ପୋଲିସ ଫୋର୍ସ ଧରି ଅବୈଧ ଜମି କବଜା କରିବା ସୁପ୍ରିମକୋର୍ଟକୁ ଖାତିରି ନକରିବା ସଦୃଶ ନୁହେଁ କି? ବୋଲି ସରକାର କୁ ପ୍ରଶ୍ନ କରିଛନ୍ତି। ଏବଂ କହିଛନ୍ତି ଯେ ସରକାର ଲେଖିକି ଦିଅନ୍ତୁ ଯେ ସେ ସୁପ୍ରିମକୋର୍ଟକୁ ଏବଂ ଗ୍ରାମ ସଭା କୁ ମାନ୍ୟତା ଦେଉନାହାନ୍ତି।
ଉଲ୍ଲେଖଯୋଗ୍ୟ ଯେ ଶାସନ ପ୍ରଶାସନ ଜାଣିଥିଲେ ଯେ ଆଦିବାସୀ ମାନେ ନିଜ ଭିଟାମାଟି ଛାଡ଼ିବେ ନାହିଁ ଏବଂ Law and Order situation ଉତ୍ପନ୍ନ ହେବ ଏଥିପାଇଁ ହଜାର ହଜାର ସଂଖ୍ୟାରେ ପୋଲିସ ଫୋର୍ସ ଧରି ଆସିଥିଲେ କିନ୍ତୁ Law and Order mantain କରିବା ପାଇଁ ଅତି ଜରୁରୀ
Exicutive Magistrate ଙ୍କ ଅନୁପସ୍ଥିତିରେ କେମିତି କମ୍ପାନୀ ପାଇଁ ଜମି ଜବରଦଖଲ କରାଗଲା ବୋଲି କହିଲେ ଅତ୍ୟୁକ୍ତି ହେବ କି ?
ଏଥିରୁ ସହଜେ ଅନୁମେୟ ଯେ,
ଗରିବ ଖଟିଖିଆ ଆଦିବାସୀ ମାନଙ୍କ ପ୍ରତି ସରକାରଙ୍କ ପ୍ରିତି କେତେ ଅଛି।
ପ୍ରିଣ୍ଟ ମିଡିଆ ପାଇଁ।
Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.