ଚୋରାମଦ ବିକ୍ରି ବନ୍ଦ ଦାବିରେ ସୁନ୍ଦରଗଡ ଜିଲ୍ଲାପାଳଙ୍କୁ ଚନ୍ଦଳି ଗ୍ରାମବାସୀଙ୍କ ଦାବିପତ୍ର
ସୁନ୍ଦରଗଡ, ତା. ୩୦/୧୨/୨୦୨୫ :
ଲେଫ୍ରିପଡା ଥାନା ଅନ୍ତର୍ଗତ ଜିଙ୍କନଗର ଫାଣ୍ଡିର ଚନ୍ଦଳି ଗ୍ରାମରେ ଚାଲିଥିବା ଚୋରା ଦେଶିମଦ, ବିଦେଶିମଦ ଓ ହାଣ୍ଡିଆ ବିକ୍ରି ବନ୍ଦ କରିବା ଦାବିରେ ସୁନ୍ଦରଗଡ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁରଜ ପଟ୍ଟନାୟକଙ୍କୁ ଗ୍ରାମର ମହିଳା ଓ ଯୁବକମାନେ ପ୍ରଦାନ କରିଛନ୍ତି।
ଗତ ୨୮/୧୨/୨୦୨୫ (ରବିବାର) ଅପରାହ୍ନ ୪ଟା ସମୟରେ ଚନ୍ଦଳି ଗ୍ରାମ ମଣ୍ଡପଠାରେ ଆୟୋଜିତ ସାଧାରଣ ସଭାରେ ଗ୍ରାମବାସୀ, ଏସଏଚଜି ମହିଳାମାନେ ଓ ଯୁବକମାନଙ୍କ ଉପସ୍ଥିତିରେ ଗ୍ରାମର ଭବିଷ୍ୟତକୁ ଦୃଷ୍ଟିରେ ରଖି ଦେଶି ଓ ବିଦେଶି ମଦ, ହାଣ୍ଡିଆ, ଗଞ୍ଜେଇ ସହ ସମସ୍ତ ପ୍ରକାରର ନିଶାଦ୍ରବ୍ୟ ବିକ୍ରି ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ଗ୍ରାମବାସୀଙ୍କ ନିଷ୍ପତ୍ତି ଅନୁଯାୟୀ, ଯଦି କେହି ଏହିପରି ନିଶାଦ୍ରବ୍ୟ ବିକ୍ରି କରିଥାଏ, ତେବେ ସେମାନଙ୍କ ବିରୁଦ୍ଧରେ ପୋଲିସ ପ୍ରଶାସନ ଓ ଅବକାରୀ ବିଭାଗ ମାଧ୍ୟମରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି।
ସମାଜର ଭଲ ପାଇଁ ଏହି ପଦକ୍ଷେପକୁ କୋଶଳ ସମାଜର ମହାସଚିବ ଶ୍ରୀ ଦିଲିପ କୁମାର ପଣ୍ଡା ସମର୍ଥନ ଜଣାଇ ଏସଏଚଜି ମହିଳା ଓ ଯୁବକମାନଙ୍କୁ ସାଧୁବାଦ ଜଣାଇଛନ୍ତି। ସେ ଗ୍ରାମରେ ଚୋରା ଦେଶି-ବିଦେଶି ମଦ, ହାଣ୍ଡିଆ, ଗଞ୍ଜେଇ ଆଦି ନିଶାଦ୍ରବ୍ୟ ବିକ୍ରି ସମ୍ପୂର୍ଣ୍ଣ ଭାବେ ବନ୍ଦ ନହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ବଳବତ୍ତର ଭାବେ ଜାରି ରଖିବାକୁ ଆହ୍ୱାନ କରିଛନ୍ତି।

Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.