ମାଆକୁ ନିର୍ମମ ଭାବେ ବାଡ଼େଇ ହତ୍ୟା: ଗଣିଆ ପୋଲିସ ହତ୍ୟାକାରୀ ପୁଅକୁ କୋର୍ଟ ଚାଲାଣ କଲା

ନୟାଗଡ଼ ଜିଲ୍ଲାର ଗଣିଆ ବ୍ଲକ୍ ଅନ୍ତର୍ଗତ କଳାଶିମିଳି ଗ୍ରାମରେ ଘଟିଥିବା ଏକ ନିର୍ମମ ହତ୍ୟା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନିଜ ଜନ୍ମ କଲା ମାଆକୁ ବାଡ଼େଇ ବାଡ଼େଇ ହତ୍ୟା କରିଥିବା ଅଭିଯୋଗରେ ଗଣିଆ ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରି ରବିବାର ଦିନ ଅପରାହ୍ନରେ ଦଶପଲ୍ଲା କୋର୍ଟକୁ ଚାଲାଣ କରିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, କଳାଶିମିଳି ଗ୍ରାମର ରବିନ୍ଦ୍ର ବାରିକିଙ୍କ ସ୍ତ୍ରୀ ସୁକାନ୍ତି ଦେଇ (୫୨)ଙ୍କୁ ତାଙ୍କ ଏକମାତ୍ର ପୁଅ କୁନା ବାରିକି ନିର୍ମମ ଭାବେ ପିଟି ହତ୍ୟା କରିଥିଲା। ଘଟଣା ସମୟରେ ବାପା କାମ କରିବାକୁ ଘର ବାହାରେ ଥିବା ବେଳେ ପୁଅ ମାଆକୁ ଗାଳିଗୁଳଜ କରିଥିବା ଓ ମାରଧର କରିଥିବା ଗ୍ରାମବାସୀମାନେ କହିଛନ୍ତି।
ଶୁକ୍ରବାର ଦିନ ସନ୍ଧ୍ୟାବେଳେ ଅଭିଯୁକ୍ତ ପୁଅ ମାଆକୁ ଜୋରଜବରଦସ୍ତି ଘର ଭିତରକୁ ଠେଲି ନେଇ କବାଟକୁ ଭିତର ପଟୁ ବନ୍ଦ କରିଦେଇଥିଲା। ପରଦିନ ସକାଳୁ ଦୀର୍ଘ ସମୟ ଯାଏଁ କବାଟ ନ ଖୋଲିବାରୁ ଗ୍ରାମବାସୀମାନେ ସନ୍ଦେହ କରି ଗଣିଆ ଥାନାକୁ ଖବର ଦେଇଥିଲେ।
ଖବର ପାଇ ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା, ଏଏସଆଇ ସାହା ଆଲାମ୍ ଖାଁ ସହିତ ପୁଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘର ଭିତରୁ ସୁକାନ୍ତି ଦେଇଙ୍କ ମୃତଦେହକୁ ଜବତ କରିଥିଲେ ଏବଂ ତଦନ୍ତ ଆରମ୍ଭ କରିଥିଲେ।
ଏହାପରେ ଖଣ୍ଡପଡ଼ା ଏସଡିପିଓ ମଦନ ମୋହନ ପ୍ରଧାନ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସୂକ୍ଷ୍ମ ତଦନ୍ତ କରିଥିଲେ। ତଦନ୍ତ ପରେ ଗଣିଆ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ପୁଅ କୁନା ବାରିକିଙ୍କୁ ଗିରଫ କରାଯାଇଥିଲା।
ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା ସୂଚନା ଦେଇ କହିଛନ୍ତି ଯେ, ରବିବାର ଅପରାହ୍ନରେ ଅଭିଯୁକ୍ତଙ୍କୁ ଦଶପଲ୍ଲା କୋର୍ଟକୁ ଚାଲାଣ କରାଯାଇଛି ଏବଂ ଘଟଣାର ଆହୁରି ତଦନ୍ତ ଜାରି ରହିଛି।
Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.