Biplabi Parikrama
Breaking

* ଅନଖର୍ଚ୍ଚିତ ବଜେଟ ଅର୍ଥ ନେଇ ପ୍ରଶ୍ନ: ବିରୋଧୀଙ୍କ ହିସାବ ଦାବି    |   

* ପରିବର୍ତ୍ତିତ ହେଲା ରାଜଭବନର ନାମ: ଏଣିକି ‘ଲୋକଭବନ’    |   

* Winter eases across Odisha, but Kandhamal remains in deep chill    |   

Home > Odisha > ଗଛ କାଟିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ : ଲାଞ୍ଜିବେର୍ଣା ଫାଣ୍ଡି ଅନ୍ତର୍ଗତ ଖେରାମୁତା ଗ୍ରାମରେ ଦୁଃଖଦ ଘଟଣା

ଗଛ କାଟିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ : ଲାଞ୍ଜିବେର୍ଣା ଫାଣ୍ଡି ଅନ୍ତର୍ଗତ ଖେରାମୁତା ଗ୍ରାମରେ ଦୁଃଖଦ ଘଟଣା

By brother ansu Feb 10, 2026 0 min read
ଗଛ କାଟିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ : ଲାଞ୍ଜିବେର୍ଣା ଫାଣ୍ଡି ଅନ୍ତର୍ଗତ ଖେରାମୁତା ଗ୍ରାମରେ ଦୁଃଖଦ ଘଟଣା
ଗଛ କାଟିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ : ଲାଞ୍ଜିବେର୍ଣା ଫାଣ୍ଡି ଅନ୍ତର୍ଗତ ଖେରାମୁତା ଗ୍ରାମରେ ଦୁଃଖଦ ଘଟଣା

ଗଛ କାଟିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ।

ଲାଞ୍ଜିବେର୍ଣା ଫାଣ୍ଡି ଅନ୍ତର୍ଗତ ଖେରାମୁତା ଗ୍ରାମର ବିନୋଦ ମାଝି ଆଜି ସକାଳେ ଏକ ଗଛରେ ଚଢ଼ି ନିଜର କୌଣସି କାମ ପାଇଁ ଗଛ ଡାଳ ଟିଏ କାଟି ଥିଲେ। ମାତ୍ର କିଏ ଜାଣି ଥିଲା ସେହି କଟା ଡାଳ ହିଁ ତାଙ୍କ ମୃତ୍ୟୁକୁ ଡାକି ଆଣିବ ବୋଲି।

ପ୍ରାପ୍ତ ସୂଚନା ଅନୁଯାୟୀ ବିନୋଦ ଗଛରୁ ଯେଉଁ ଡାଳ ଟିକୁ କାଟି ଅଲଗା କରିଥିଲେ ସେହି ଡାଳଟି ଗଛତଳେ ନ ପଡି ନିକଟରେ ଯାଇଥିବା ଏକ ୧୧ (ଏଲେଭେନ୍) କେ.ଭି ବିଦ୍ୟୁତ ଲାଇନ ଉପରେ ପଡି ଉକ୍ତ ଗଛ ସହ ବିଦ୍ୟୁତ ଶକ୍ତି ସଂଯୋଗ ହୋଇଗଲା ଏବଂ ବିଦ୍ୟୁତ ଆଘାତ ହେତୁ ସାଙ୍ଗେ ସାଙ୍ଗେ ବିନୋଦ ମାଝିଙ୍କ ମୃତ୍ୟୁ ହୋଇଥିଲା।

ଏହି ଖବର ଲେଖା ଯିବା ପର୍ଯ୍ୟନ୍ତ ମୃତ ଦେହ ସେହି ଗଛ ଉପରେ ହିଁ ଲଟକି ରହିଥିବା ଖବର ମିଳିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସାରିଛି। ପୋଲିସ ଆଗକୁ ଆବଶ୍ୟକୀୟ ପଦକ୍ଷେପ ନେବା ପରେ ଘଟଣା ସମ୍ପର୍କରେ ଅଧିକ ଖବର ଜଣାପଡିବ।

(ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ରୁ ଦେବେନ୍ଦ୍ର ପୁରୋହିତ ଙ୍କ ରିପୋର୍ଟ – ବିପ୍ଲବୀ ପରିକ୍ରମା)

No video available for this news.