ବିଦ୍ୟୁତ ଆଘାତରୁ ହାତୀ ସୁରକ୍ଷା ପାଇଁ ସଚେତନତା ଅଭିଯାନ | ବରଗଡ଼ ଅମ୍ବାଭୋନା
ମନୁଷ୍ୟ ଓ ବନ୍ୟପ୍ରାଣୀଙ୍କ ସହାବସ୍ଥାନ ଏକାନ୍ତ ଆବଶ୍ୟକ। ଏହି ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଗଙ୍ଗେଇ ଗ୍ରାମରେ ଜନତା ହାଇସ୍କୁଲ ଭୁକ୍ତାର ଇକୋ କ୍ଲବ୍ ଆନୁକୂଲ୍ୟରେ ବିଦ୍ୟୁତ ଆଘାତରୁ ହାତୀ ସୁରକ୍ଷା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଇକୋ କ୍ଲବ୍ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀଙ୍କ ଆହ୍ବାନ କ୍ରମେ ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ବିଦ୍ୟୁତ୍ ବିଭାଗ ବରଗଡ଼ର ସହ ନିରୀକ୍ଷକ ବିଶାଳ ତିର୍କୀ, ମୁଖ୍ୟ ବକ୍ତା ଭାବରେ ଭଟଲିର ସହ ବନ ସଂରକ୍ଷକ ସୁବୋଧ ସାହୁ ଓ ସମ୍ମାନିତ ଅତିଥି ଭାବରେ ବନ୍ୟପ୍ରାଣୀ ବନପାଳ ସଞ୍ଜୀବ ପଣ୍ଡା, ଗୋପାଳପୁର ଆଶ୍ରମ ସ୍କୁଲର ଇକୋ କ୍ଲବ୍ ଶିକ୍ଷକ ଉଚ୍ଛବ ଭୁଏ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ହାତୀର ଚଳାପଥକୁ ଅବରୋଧ ନ କରିବା, ଅବୈଧ ବିଦ୍ୟୁତ ତାର ବିଛାଇବାରୁ ବିରତ ରହିବା ଓ ହାତୀ ଜୀବନ ସୁରକ୍ଷା ପାଇଁ ସମସ୍ତ ନାଗରିକଙ୍କ ସଚେତନତା ଉପରେ ଜୋର ଦିଆଯାଇଥିଲା।
ଉପସ୍ଥିତ ପ୍ରକୃତି ପ୍ରେମୀ ଓ ଗ୍ରାମବାସୀ “ବିଦ୍ୟୁତ ତାରକୁ ସୁରକ୍ଷିତ କରିବା, ହାତୀ ଜୀବନକୁ ରକ୍ଷା କରିବା”, “ଜଙ୍ଗଲ ବଞ୍ଚିଲେ ଜୀବନ ମିଳେ” ପରି ସ୍ଲୋଗାନ ଦେଇ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରସାର କରିଥିଲେ।
ବନ୍ୟପ୍ରାଣୀଙ୍କ ଦ୍ୱାରା କ୍ଷୟକ୍ଷତି ହେଲେ ଅନୁକମ୍ପା ଆପ୍ ମାଧ୍ୟମରେ ସହାୟତା ପାଇବା ପ୍ରକ୍ରିୟା ନେଇ ମଧ୍ୟ ଆଲୋଚନା ହୋଇଥିଲା। ଶିକ୍ଷକ, ବନପାଳ, ବନରକ୍ଷୀ ଓ ଗ୍ରାମବାସୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ପ୍ରକୃତି ବନ୍ଧୁ ରୋହିତ ଭୁଏ ସଭା ପରିଚାଳନା କରିଥିବାବେଳେ ସଞ୍ଜୟ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.