Biplabi Parikrama
Breaking

* ଅନଖର୍ଚ୍ଚିତ ବଜେଟ ଅର୍ଥ ନେଇ ପ୍ରଶ୍ନ: ବିରୋଧୀଙ୍କ ହିସାବ ଦାବି    |   

* ପରିବର୍ତ୍ତିତ ହେଲା ରାଜଭବନର ନାମ: ଏଣିକି ‘ଲୋକଭବନ’    |   

* Winter eases across Odisha, but Kandhamal remains in deep chill    |   

Home > Odisha > ED Sunetra Pawar: ଇଡି ପାଖରେ ବିପର୍ଯ୍ୟୟର ଚାବିକାଠି | ୨୦ କୋଟି ଟଙ୍କା ରହସ୍ୟ ଓ ୨୫,୦୦୦ କୋଟି ସମବାୟ ବ୍ୟାଙ୍କ ଦୁର୍ନୀତି

ED Sunetra Pawar: ଇଡି ପାଖରେ ବିପର୍ଯ୍ୟୟର ଚାବିକାଠି | ୨୦ କୋଟି ଟଙ୍କା ରହସ୍ୟ ଓ ୨୫,୦୦୦ କୋଟି ସମବାୟ ବ୍ୟାଙ୍କ ଦୁର୍ନୀତି

By brother ansu Feb 01, 2026 1 min read
ED Sunetra Pawar: ଇଡି ପାଖରେ ବିପର୍ଯ୍ୟୟର ଚାବିକାଠି | ୨୦ କୋଟି ଟଙ୍କା ରହସ୍ୟ ଓ ୨୫,୦୦୦ କୋଟି ସମବାୟ ବ୍ୟାଙ୍କ ଦୁର୍ନୀତି
ED Sunetra Pawar: ଇଡି ପାଖରେ ବିପର୍ଯ୍ୟୟର ଚାବିକାଠି | ୨୦ କୋଟି ଟଙ୍କା ରହସ୍ୟ ଓ ୨୫,୦୦୦ କୋଟି ସମବାୟ ବ୍ୟାଙ୍କ ଦୁର୍ନୀତି

ED Sunetra Pawar ଇଡି ପାଖରେ ବିପର୍ଯ୍ୟୟର ଚାବିକାଠି: ୨୦ କୋଟି ଟଙ୍କାର ରହସ୍ୟ ହଜାଇଛି ସୁନେତ୍ରାଙ୍କ ନିଦ

୨୫,୦୦୦ କୋଟି ଟଙ୍କାର ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ ଦୁର୍ନୀତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଚାର୍ଜସିଟରେ ତାଙ୍କ ନାମ ରହିଛି। ଏହା ରାଜ୍ୟ ରାଜନୀତିକୁ ସରଗରମ କରିବା ସହିତ ସୁନେତ୍ରାଙ୍କ ଆଖିରୁ ନିଦ ହଜାଇ ‌ଦେଇଛି।

ମୁମ୍ବାଇ: ରାଜନୀତିରେ କ୍ଷମତାର ଉଚ୍ଚ ଚୌକି ଯେତିକି ଚମକଦାର ମନେହୁଏ ପ୍ରକୃତରେ ତାହା ନୁହେଁ। ମହାରାଷ୍ଟ୍ରର ଏନସିପି ନେତା ଅଜିତ ପାୱାରଙ୍କ ମୃତ୍ୟୁ ପରେ କ୍ଷମତା ଆସନ ହସ୍ତାନ୍ତର ହୋଇସାରିଛି। ତାଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।

ଏହି ପଦବୀ ନିଶ୍ଚିତ ଭାବରେ ରାଜ୍ୟର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହୋଇଥିବା ସୁନେତ୍ରା ପାୱାରଙ୍କ ପାଇଁ ସମ୍ମାନର ପ୍ରତୀକ। କିନ୍ତୁ ଏକ ପୁରୁଣା ତଦନ୍ତ ତାଙ୍କ ପିଛା ଛାଡୁନି।

୨୫,୦୦୦ କୋଟି ଟଙ୍କାର ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ ଦୁର୍ନୀତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଚାର୍ଜସିଟରେ ତାଙ୍କ ନାମ ରହିଛି। ଯଦିଓ ମୁମ୍ବାଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା ତାଙ୍କୁ ଓ ଅଜିତ ପାୱାରଙ୍କୁ କ୍ଲିନ୍ ଚିଟ୍ ଦେଇଥିଲା, ତେବେ ଇଡି ପକ୍ଷରୁ ଏନେଇ ବିରୋଧ କରାଯାଇଥିଲା। ମାମଲା ଏପର୍ଯ୍ୟନ୍ତ କୋର୍ଟରେ ବିଚାରାଧୀନ ଅଛି।

ଏହା କେବଳ ଏକ ବ୍ୟାଙ୍କ ଠକେଇର ମାମଲା ନୁହେଁ। ଏହା କ୍ଷମତା, ଆତ୍ମୀୟତା, ସମବାୟ ଚିନିକଳ ଓ ଟଙ୍କାର ଏକ ମାୟାଜାଲର କାହାଣୀ। ଏଥିରେ ୨୦ କୋଟି ଟଙ୍କା ଆଜି ମଧ୍ୟ ତଦନ୍ତ ଏଜେନ୍ସି ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍ ହୋଇ ରହିଛି।

No video available for this news.