Biplabi Parikrama
Breaking

* ଅନଖର୍ଚ୍ଚିତ ବଜେଟ ଅର୍ଥ ନେଇ ପ୍ରଶ୍ନ: ବିରୋଧୀଙ୍କ ହିସାବ ଦାବି    |   

* ପରିବର୍ତ୍ତିତ ହେଲା ରାଜଭବନର ନାମ: ଏଣିକି ‘ଲୋକଭବନ’    |   

* Winter eases across Odisha, but Kandhamal remains in deep chill    |   

Home > Odisha > ଦୁର୍ଗୀରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ସଫଳତାର ସହ ସମ୍ପନ୍ନ

ଦୁର୍ଗୀରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ସଫଳତାର ସହ ସମ୍ପନ୍ନ

By brother ansu Mar 24, 2026 0 min read
ଦୁର୍ଗୀରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ସଫଳତାର ସହ ସମ୍ପନ୍ନ
ଦୁର୍ଗୀରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ସଫଳତାର ସହ ସମ୍ପନ୍ନ

ଦୁର୍ଗୀରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଅନ୍ତର୍ଗତ ମଣ୍ଡଳ ପ୍ରଶିକ୍ଷଣ ବର୍ଗ ୨୨ ମାର୍ଚ୍ଚ ଠାରୁ ୨୩ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଦୁର୍ଗୀ କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଥିଲା। ଦୁଇ ଦିନ ଧରି ଚାଲିଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିବା ସୂଚନା ମିଳିଛି।

ଏହି ପ୍ରଶିକ୍ଷଣ ଶିବିରଟି ଦୁର୍ଗୀ ମଣ୍ଡଳ ସଭାପତି ଜଗନ୍ନାଥ ପାଢ଼ୀଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା। ପ୍ରଥମ ଦିନରୁ ଆରମ୍ଭ କରି ଦ୍ୱିତୀୟ ଦିନ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ନେତାମାନେ ଯୋଗଦେଇ ସଂଗଠନକୁ ଶକ୍ତିଶାଳୀ କରିବା, ଦଳୀୟ ନୀତି ଓ ଆଗାମୀ ରଣନୀତି ସମ୍ପର୍କରେ ବିସ୍ତୃତ ପ୍ରଶିକ୍ଷଣ ଦେଇଥିଲେ।

କାର୍ଯ୍ୟକ୍ରମର ଆରମ୍ଭରେ ପୂର୍ବତନ ମଣ୍ଡଳ ସଭାପତି ସ୍ୱର୍ଗତ ପ୍ରତାପ ମହାନ୍ତିଙ୍କୁ ସ୍ମରଣ କରାଯାଇଥିଲା। ଦୁର୍ଗୀ ମଣ୍ଡଳରେ ବିଜେପିର ଭିତି ସ୍ଥାପନାରେ ତାଙ୍କ ଅପରିସୀମ ଅବଦାନ ବିଷୟରେ ମଧ୍ୟ ଉପସ୍ଥିତ ନେତାମାନେ ଆଲୋକପାତ କରିଥିଲେ।

ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ଶ୍ରୀ ରଜତ ମାଦଳା ଯୋଗଦେଇଥିଲେ। ସେହିପରି ଦୁର୍ଗୀ ମଣ୍ଡଳ ପ୍ରଭାରୀ ତରୁଣ ଗରଡିଆ, ରାୟଗଡ଼ା ଜିଲ୍ଲା ସଭାପତି ଗୋପୀ ଆନନ୍ଦ, ଉପ ସଭାପତି ସୁଶୀଳା ସରଫ, ରଞ୍ଜନା ଉପାଧ୍ୟାୟ, ଦେବାଶିଷ ପଣ୍ଡା, ପ୍ରତାପ ପୂଆଲା ଓ ଭିକାରୀ ନାହାକ ସହିତ ଅନେକ ନେତାମାନେ ଉପସ୍ଥିତ ଥିଲେ।

ଏହା ସହ ଲୋକସଭା ପାର୍ଥୀ କାଳୀରାମ ମାଝି, ପୂର୍ବତନ କୃଷକ ମୋର୍ଚ୍ଚା ସଭାପତି ରୁଦ୍ର ମୋଗଲି, ପୂର୍ବତନ ଯୁବ ମୋର୍ଚ୍ଚା ଉପ ସଭାପତି ଗୌତମ ଉର୍ଲାକା, ଅଶ୍ୱିନୀ କଞ୍ଚଡ଼ା ଓ ଜିଲ୍ଲା “ମନ କି ବାତ୍” ମୁଖ୍ୟ ବିରଜା ପାତ୍ର ମଧ୍ୟ ଯୋଗଦେଇଥିଲେ।

ସେହିପରି ଦୁର୍ଗୀ ମଣ୍ଡଳ ସାଧାରଣ ସମ୍ପାଦକ ସାନ୍ତୁନୁ ପ୍ରଧାନୀ, ବିଶ୍ୱନାଥ କାଡ୍ରାକା, ପୂର୍ବତନ ଯୁବମୋର୍ଚ୍ଚା ସଭାପତି ମୋନମୋହନ ମହାନ୍ତି, ବାବୁନି ମହାପାତ୍ର, ମୁକେଶ କଡା, ପ୍ରମୋଦ ରତ୍ନାଲୁ, ରବୀନ୍ଦ୍ର କଡର୍କା, ଗଣପତି ହିକକା, ସଞ୍ଜୟ କରକରିଆ, ଏଙ୍କେନା କୁମୁରୁକା, ମୁନା ପାତ୍ର, ସୁଶାନ୍ତ ପରିଛା ଓ ମୀନକେତନ ହିକକା ସହ ୧୧ଟି ଶକ୍ତି କେନ୍ଦ୍ରରୁ ଆସିଥିବା କର୍ମକର୍ତ୍ତାମାନେ ଶିବିରରେ ସକ୍ରିୟ ଭାଗ ନେଇଥିଲେ।

ଏହି ପ୍ରଶିକ୍ଷଣ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସଂଗଠନକୁ ଅଧିକ ସୁଦୃଢ କରିବା ସହ କାର୍ଯ୍ୟକର୍ତ୍ତାଙ୍କୁ ନୂତନ ଦିଗ, ଜ୍ଞାନ ଓ ପ୍ରେରଣା ପ୍ରଦାନ କରିବା।

No video available for this news.