କେନ୍ଦ୍ରୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜଗାଙ୍ଗପୁର ବାଇପାସ୍ରେ ଭବ୍ୟ ସ୍ୱାଗତ
ଆଜି ସନ୍ଧ୍ୟା ୫.୩୦ ଘଟିକା ସମୟରେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝାରସୁଗୁଡ଼ା ବିମାନବନ୍ଦରରୁ ରାଉରକେଲା ଯାତ୍ରା କରୁଥିବା ବେଳେ ରାଜଗାଙ୍ଗପୁର ବାଇପାସ୍ ରୋଡ଼ରେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଯାଇଥିଲା।
ଶ୍ରୀ ପ୍ରଧାନ ରାଉରକେଲାରେ ଅନୁଷ୍ଠିତ ହେବାକୁ ଥିବା ୫୦ତମ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପଶ୍ଚିମ ଓଡ଼ିଶା ରାଜ୍ୟ ଅଧିବେଶନରେ ମୂଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ଯାଉଥିଲେ।
ଏହି ସମୟରେ ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇଙ୍କୁ ମଧ୍ୟ ସ୍ୱାଗତ କରାଯାଇଥିଲା।
ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଜେପି ନେତା ଶ୍ରୀ ନରସିଂହ ମିଞ୍ଜ୍ଙ୍କ ନେତୃତ୍ୱରେ ଦେହୁରୀ, ଶଙ୍କର ସିଂ, ଚନ୍ଦ୍ରଶେଖର ଦାହିମା, ରାଜନ ସୋନି, ସଙ୍ଗୀତା ଧୁମା, ଅନିତା ଭଟ୍ଟାଚାର୍ଯ୍ୟ, ଅନୁଜ ପାତ୍ର, ସୁରେଶ ପୁରୋହିତ, ଧିରଜ ମିତ୍ତଲ, ପୈର ସଭ୍ୟ ବୁଧନାରାୟଣ ସାହୁ, ସ୍ବେତା କୁମାରୀ ଓ ଶୁମନ ଶର୍ମା ପୁଷ୍ପଗୁଛ ଓ ଉତରୀ ଦେଇ ଉଷ୍ମ ସ୍ୱାଗତ ଜଣାଇଥିଲେ।
ଏହି ସ୍ୱାଗତ କାର୍ଯ୍ୟକ୍ରମରେ ଦଳୀୟ କର୍ମୀ ଓ ସମର୍ଥକମାନଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ପରିବେଶ ଦେଖାଯାଇଥିଲା।
ରିପୋର୍ଟ: ରାଜଗାଙ୍ଗପୁରରୁ ରମେଶ ସୋନି

Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.