Cyber Fraud Alert: ସାଇବର ଠକେଇରୁ କିପରି ବଞ୍ଚିବେ? WhatsApp, ଫୋନ୍ ଓ ଲିଙ୍କ୍ ଠକେଇରେ ସତର୍କ ରୁହନ୍ତୁ

ସାଇବର ଠକେଇ ଘଟଣା ଦିନକୁ ଦିନ ବଢ଼ି ଚାଲିଛି। ଅଳ୍ପ ସାବଧାନତା ନ ରଖିଲେ ଲୋକେ ନିଜର କଠିନ ଉପାର୍ଜିତ ଟଙ୍କା ସହିତ ମୂଲ୍ୟବାନ ବ୍ୟକ୍ତିଗତ ତଥ୍ୟ ହରାଇ ଦେଉଛନ୍ତି। ତେଣୁ ସାଧାରଣ ଲୋକଙ୍କୁ ସତର୍କ ଓ ସଚେତନ ରହିବାକୁ ପରାମର୍ଶ ଦିଆଯାଉଛି।
କୌଣସି ଅଜଣା WhatsApp ନମ୍ବରରୁ APK ଆପ୍ କିମ୍ବା ଫାଇଲ୍ ଆସିଲେ, ସେହି ଆପ୍କୁ କେବେ ବି ଡାଉନଲୋଡ୍ କିମ୍ବା ଇନଷ୍ଟଲ୍ କରନ୍ତୁ ନାହିଁ। ଏପରି APK ଆପ୍ ମାଧ୍ୟମରେ ଠକେଇବାଜ ଆପଣଙ୍କ ମୋବାଇଲ୍ ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ନେଇ, ବ୍ୟାଙ୍କ ଆକାଉଣ୍ଟ, UPI ଓ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରିପାରନ୍ତି।
ନିଜର ଜନ୍ମତାରିଖ, ଆଧାର ନମ୍ବର, OTP, ATM କାର୍ଡ ଡିଟେଲ୍ସ, CVV ନମ୍ବର କିମ୍ବା ବ୍ୟାଙ୍କ ସମ୍ବନ୍ଧୀୟ କୌଣସି ତଥ୍ୟ କାହାକୁ ବି ଫୋନ୍, ମେସେଜ୍ କିମ୍ବା WhatsApp ମାଧ୍ୟମରେ ଦିଅନ୍ତୁ ନାହିଁ।
ଅଜଣା ନମ୍ବରରୁ ଯଦି ଫୋନ୍ ଆସେ, ତେବେ ସେହି ଫୋନ୍ ରିସିଭ୍ କରିବାରୁ ଦୂରେଇ ରୁହନ୍ତୁ। କେତେକ ଲୋକ ନିଜକୁ ବ୍ୟାଙ୍କ କର୍ମଚାରୀ, କମ୍ପାନୀ ପ୍ରତିନିଧି କିମ୍ବା ସରକାରୀ ଅଧିକାରୀ ବୋଲି ପରିଚୟ ଦେଇ ଠକେଇ କରୁଛନ୍ତି। ଏମିତି ଫୋନ୍ରେ କେବେ ବି କୌଣସି ତଥ୍ୟ ଦିଅନ୍ତୁ ନାହିଁ।
ଲଟେରୀ ମିଳିଛି, ପୁରସ୍କାର ଜିତିଛନ୍ତି କିମ୍ବା KYC ଅପଡେଟ୍ କରିବାକୁ ପଡ଼ିବ ବୋଲି ଫୋନ୍ କିମ୍ବା ମେସେଜ୍ ଆସିପାରେ। ଏସବୁ ଅଧିକାଂଶ ସମୟରେ ଠକେଇ ହୋଇଥାଏ। ସେହିପରି କୌଣସି ମେସେଜ୍ କିମ୍ବା କଲ୍ରେ ଭରସା କରନ୍ତୁ ନାହିଁ।
କୌଣସି ଅଜଣା ଲିଙ୍କ୍ରେ କେବେ ବି କ୍ଲିକ୍ କରିବେ ନାହିଁ। ସେହି ଲିଙ୍କ୍ ମାଧ୍ୟମରେ ଆପଣଙ୍କ ଫୋନ୍ ହ୍ୟାକ୍ ହୋଇପାରେ କିମ୍ବା ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯାଇପାରେ।
Google ରେ ଅଫିସିଆଲ୍ ନମ୍ବର ସର୍ଚ୍ଚ କରି ଫୋନ୍ କରିବା ବେଳେ ମଧ୍ୟ ସତର୍କ ରୁହନ୍ତୁ। କାରଣ Google ରେ ଦେଖାଯାଉଥିବା କେତେକ ନମ୍ବର ସାଇବର ଠକେଇବାଜଙ୍କ ହୋଇଥାଏ, ଯାହା ମାଧ୍ୟମରେ ଲୋକେ ଠକାଯାଉଛନ୍ତି।
ନିଜର ଆଧାର ସହ ଯୋଡ଼ା ମୋବାଇଲ୍ ନମ୍ବର କାହାକୁ ବି ଶେୟାର୍ କରନ୍ତୁ ନାହିଁ। କେହି “ଜରୁରୀ ଫୋନ୍ କରିବି” ବୋଲି ଆପଣଙ୍କ ମୋବାଇଲ୍ ମାଗିଲେ ମଧ୍ୟ ଦିଅନ୍ତୁ ନାହିଁ, କାରଣ ଏହା ସାଇବର ଠକେଇର ଏକ ନୂଆ ଉପାୟ ହୋଇପାରେ।
ଯଦି କାହାର ସାଇବର ଠକେଇ ଘଟିଛି, ତେବେ ସମୟ ନଷ୍ଟ ନକରି ତୁରନ୍ତ Cyber Police Station ରେ FIR ଦାଖଲ କରନ୍ତୁ। ସମୟରେ ଅଭିଯୋଗ କଲେ ଟଙ୍କା ଫେରିପାଇବାର ସମ୍ଭାବନା ରହିଥାଏ।
ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ—
ସାଇବର ଠକେଇରୁ ନିଜକୁ ଓ ନିଜ ପରିବାରକୁ ବଞ୍ଚାନ୍ତୁ।
Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.