ତୃତୀୟ ଦିନରେ ମଧ୍ୟ ଆରମ୍ଭ ହେଲାନି ଧାନ କିଣା, ବୌଦ୍ଧ ଜିଲ୍ଲାର ପଲଶାଗୋରା ବଜାରରେ ଚାଷୀ ଅସନ୍ତୋଷ
ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ପଲଶାଗୋରା ବଜାର ପ୍ରାଙ୍ଗଣରେ ଧାନ କିଣା ଅବ୍ୟବସ୍ଥା ଚରମ ସୀମାକୁ ପହଞ୍ଚିଛି। ଧାନ କିଣା ଶୁଭାରମ୍ଭ ହୋଇ ତୃତୀୟ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗୋଟିଏ ଚାଷୀଙ୍କ ଧାନ ମଧ୍ୟ କ୍ରୟ କରାଯାଇନାହିଁ।
ଏହା ଫଳରେ ଶତାଧିକ ଚାଷୀ ଦିନରୁ ଦିନ ମଣ୍ଡିରେ ଧାନ ନେଇ ଅପେକ୍ଷା କରି ରହିଛନ୍ତି। ଚାଷୀମାନଙ୍କ ଅଭିଯୋଗ ଅନୁସାରେ, ଧାନ କିଣାରେ ଅବ୍ୟବସ୍ଥା ଜାରି ରହିଲେ ଆଗାମୀ ଦିନରେ ଚାଷୀମାନେ ଧାନ ବିକ୍ରି କରିପାରିବେ ନାହିଁ ଏବଂ ମାନସିକ ଚାପରେ ପଡ଼ି ଆତ୍ମହତ୍ୟା ପର୍ଯ୍ୟନ୍ତ ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେବେ ବୋଲି ସେମାନେ ପ୍ରତିକ୍ରିୟା ଦେଇଛନ୍ତି।

ଚାଷୀମାନେ ପ୍ରଶାସନର ତତ୍କାଳ ହସ୍ତକ୍ଷେପ ଏବଂ ଧାନ କିଣା ଶୀଘ୍ର ଆରମ୍ଭ କରିବାକୁ ଦାବି କରିଛନ୍ତି।
Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.