ପଞ୍ଚାୟତ-ପୋୗର ନିର୍ବାଚନ ପୂର୍ବରୁ ବିଜେପିରେ ବଡ଼ ଯୋଗଦାନ! — ମନମୋହନ ସାମଲ
ବିଜେଡି ସମର୍ଥିତ ୩ ଜଣ ବ୍ଲକ୍ ଅଧ୍ୟକ୍ଷ ଦଳରୁ ଇସ୍ତଫା
ବିଜେଡିରେ କମ୍ପନ ସୃଷ୍ଟି ହୋଇଛି। ଗୋଟିଏ ଦିନରେ ବିଜେଡି ସମର୍ଥିତ ୩ ଜଣ ବ୍ଲକ୍ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେଇଛନ୍ତି। ପ୍ରଥମେ ବନ୍ତ ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ ଇସ୍ତଫା ଦେଇଥିଲେ। ବିଜେଡି ମଧ୍ୟ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା। ଇସ୍ତଫା ନା ନିଲମ୍ବନ-କିଏ ଆଗ ତାହାକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଭଣ୍ଡାରିପୋଖରୀ ଓ ଭଦ୍ରକ ବ୍ଲକ୍ର ଅଧ୍ୟକ୍ଷା ବିଜେଡି ଛାଡ଼ିଲେ। ଏହି ସଂଖ୍ୟା ଆଗାମୀ ଦିନରେ ବଢ଼ିବ ବୋଲି ଅନୁମାନ କରାଯାଉଛି। ଫଳରେ ବିଜେଡି ପାଇଁ ଏହା ଏକ ଶକ୍ତ ଝଟକା ହୋଇଛି। ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ ଓ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ରାଜନୈତିକ ପତିଆରା ଏବେ କାଠଗଡ଼ାକୁ ଠେଲି ହୋଇଯାଇଛି।
ସୂଚନା ମୁତାବକ, ଦଳ ବିରୋଧୀ କାର୍ଯ୍ୟ ପାଇଁ ଭଦ୍ରକ ଜିଲ୍ଲା ବନ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇଙ୍କୁ ଆଜି ନିଲମ୍ୱିତ କରିଛି ବିଜେଡି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ଦଳର ରାଜ୍ୟ ଉପସଭାପତି ପ୍ରତାପ ଜେନା ଏକ ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି। କିଛିଦିନ ହେଲା ବିଜେଡି ଛାଡି ବିଜେପିରେ ମିଶିବା ନେଇ ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇଙ୍କ ସମେତ ଭଣ୍ଡାରିପୋଖରୀ, ବାସୁଦେବପୁର, ଭଦ୍ରକ ବ୍ଲକ ଅଧ୍ୟକ୍ଷଙ୍କୁ ନେଇ ଚର୍ଚ୍ଚା ହୋଇଆସୁଥିଲା। ସେମାନେ ବିଜେପିରେ ମିଶିବା ପାଇଁ ସମସ୍ତ ପ୍ରକାର ଯୋଜନା ପ୍ରସ୍ତୁତ ହୋଇସାରିଥିବା କୁହାଯାଉଛି। ସମ୍ଭବତଃ ଆସନ୍ତା ଡିସେମ୍ବର ୭ ତାରିଖରେ ଏହି ମିଶ୍ରଣ ପର୍ବ ଆୟୋଜନ ହେବ। ତେଣୁ ତାଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଦୁର୍ନୀତି ଅଭିଯୋଗ ଆଣିଥିବା ରାଜନୀତି ସମୀକ୍ଷକଙ୍କ ମହଲରେ ଆଲୋଚନା ହେଉଛି।
ଅନ୍ୟପଟେ ନିଜଆଡ଼ୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ବନ୍ତ ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ ସୂଚନା ଦେଇଛନ୍ତି। ନିଜର ଇସ୍ତଫାପତ୍ର ଭଦ୍ରକ ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ ନିକଟକୁ ପଠାଇ ଏହାକୁ ଗ୍ରହଣ ପାଇଁ ନିବେଦନ କରିଛନ୍ତି। ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଛନ୍ତି ବୋଲି ଏଥିରେ ସେ ଦର୍ଶାଇଛନ୍ତି। ତେବେ ଏହି ଘଟଣାକୁ ନେଇ ଦିନତମାମ ଚର୍ଚ୍ଚା ଚାଲିଥିବା ବେଳେ ସଂଧ୍ୟାରେ ପୁଣି ଆଉ ଏକ ଖବର ବିଜେଡି ଶିବିରକୁ ଦୋହଲାଇ ଦେଇଛି।
ଏକାବେଳକେ ଭଣ୍ଡାରିପୋଖରୀ ବ୍ଲକ୍ ଅଧ୍ୟକ୍ଷା ସୁମତୀ ସେଠୀ, ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ଊର୍ମିଳା ନାୟକ ବିଜେଡିରୁ ଇସ୍ତଫା ଦେଇଛନ୍ତି। ନିଜ ନିଜର ଇସ୍ତଫାପତ୍ର ଦଳର ଜିଲ୍ଲା ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ବିଜେଡି ସମର୍ଥନରେ ବିଜୟୀ ହୋଇଥିବା ଭଦ୍ରକ ଜିଲ୍ଲାର ୪ଟି ବ୍ଲକ୍ର ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଦଳ ଛାଡ଼ି ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲା। ତେବେ ଆଜିର ଏହି ଇସ୍ତଫା ପର୍ବ ପରେ ଚର୍ଚ୍ଚା ଉପରୁ ଏକ ପ୍ରକାର ପରଦା ହଟିଛି।
Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.