ବିଷମକଟକ ତହସିଲ କାର୍ଯ୍ୟାଳୟରେ ରାଜ୍ୟ କୃଷକ ସଂଘର ଦାବୀପତ୍ର ପ୍ରଦାନ, ଚାଷୀ ସମସ୍ୟାକୁ ନେଇ ଗର୍ଜନ

ରାଜ୍ୟ କୃଷକ ସଂଘ ସଭାପତିଙ୍କ ପ୍ରଭାକର ନାୟକ ଙ୍କ ନେତୃତ୍ୱରେ ଆଜି ବିଷମକଟକ ତହସିଲ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ଉଦ୍ଦେଶ୍ୟରେ ଚାଷୀମାନଙ୍କ ବିଭିନ୍ନ ଦାବୀ ନେଇ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ।
ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ଅନୁପସ୍ଥିତିରେ, ତହସିଲ ବଡ଼ବାବୁ କାଳୀଚରଣ ରଥ ମହୋଦୟ ଦାବୀପତ୍ର ଗ୍ରହଣ କରିଥିଲେ ।
ଏହି ଅବସରରେ ରାୟଗଡ଼ା ଜିଲ୍ଲା ସଭାପତି ବାଳ ମୁକୁନ୍ଦ ପାଳ, ଜିଲ୍ଲା କ୍ୟାସିଅର ଅମିତ କୁମାର ପାଢ଼ୀ, ଜିଲ୍ଲା ସମ୍ପାଦକ ଜବାବ ପାଲକା, ମୁନିଗୁଡା ବ୍ଲକ ସଭାପତି ସୁକାନ୍ତ କୁମାର ସେଠୀ, ବିଷମକଟକ ବ୍ଲକ କୃଷକ ଶିବ ପ୍ରସାଦ ପାଢ଼ୀ, ବିଷମକଟକ ବ୍ଲକ କୃଷି ସଭାନେତ୍ରୀ ଏସ୍.କେ. ପଙ୍କଜିନୀ ନାଗ, ଯୁବ ଚାଷୀ ଜି ଅଜୟ କୁମାର ଗୁଡ଼ଲା, ଭି. ଅଶୋକ, ଶଶୀ ଭୂଷଣ ବେହେରା ଓ ଶିବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଚାଷୀମାନଙ୍କ ପକ୍ଷରୁ ଧାନ କ୍ରୟରେ ହେଉଥିବା ବିଳମ୍ବ, ଟୋକେନ୍ ଅଭାବ, କଟଣୀ–ଛଟଣୀ ନାମରେ ଚାଲିଥିବା ଅନିୟମ ଓ ଦୁର୍ନୀତିକୁ ତୁରନ୍ତ ବନ୍ଦ କରିବା ସହ ସମସ୍ତ ଚାଷୀଙ୍କ ଧାନ ତୁରନ୍ତ କ୍ରୟ କରିବାକୁ ଦାବୀ କରାଯାଇଛି ।
ଦାବୀପତ୍ର ଗ୍ରହଣ କରିଥିବା ତହସିଲ ବଡ଼ବାବୁ କାଳୀଚରଣ ରଥ ଚାଷୀମାନଙ୍କ ସମସ୍ୟା ସମ୍ପର୍କରେ ଉପରସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ ବୋଲି ଆଶ୍ୱାସନ ଦେଇଥିବା ଜଣାପଡ଼ିଛି ।
ବର୍ତ୍ତମାନ ଚାଷୀମାନେ ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ଆଶା କରୁଛନ୍ତି ।
Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.