ବିଷମକଟକ କେ. ଧାମୁଣି S.S ସ୍କୁଲ୍ରେ ଉତ୍ସାହ ଓ ଉଲ୍ଲାସରେ ପାଳିତ ବାର୍ଷିକ ଉତ୍ସବ
ବିଷମକଟକ ବ୍ଲକ ଅନ୍ତର୍ଗତ କେ. ଧାମୁଣି S.S ସ୍କୁଲ୍ ପ୍ରାଙ୍ଗଣରେ ଆଜି ଅତ୍ୟନ୍ତ ଉତ୍ସାହ, ଉଲ୍ଲାସ ଓ ଆନନ୍ଦର ସହ ବାର୍ଷିକ ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ପଞ୍ଚାୟତ ସମିତିର WEO ସୁଭପ୍ରଦା ସାସମାଲ, CRCC କେ. ଧାମୁଣି ଆକାଶ କୁମାର ହିଆଲ, କେ. ଧାମୁଣି କୁମ୍ଭାର ସାହି ସ୍କୁଲ୍ ପ୍ରଧାନ ଶିକ୍ଷୟତ୍ରୀ ଝନ୍ ମ୍ୟାଡମ୍, ମିନାହୋଲା ପ୍ରଧାନ ଶିକ୍ଷକ ପ୍ରଦୀପ ପାଢ଼ୀ, ଆରିଶାକାନି SSD ପ୍ରଧାନ ଶିକ୍ଷକ, ବାରଙ୍ଗପଦର ପ୍ରଧାନ ଶିକ୍ଷକ ଅନନ୍ତ ପଟ୍ଟନାୟକ, କେ. ଧାମୁଣି S.S ସ୍କୁଲ୍ର ଶିକ୍ଷୟତ୍ରୀ ନୀଳମ କୁସୁଲିଆ ଓ ବିଦ୍ୟାଳୟ ସଭାପତି ମୁକେଶ ଜେନାଙ୍କ ସହ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।
ଉତ୍ସବର ଶୁଭାରମ୍ଭ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବଦତ୍ତ ରାଉଙ୍କ ନେତୃତ୍ୱରେ ହୋଇଥିଲା। ଜଗନ୍ନାଥ ମହାପ୍ରଭୁଙ୍କ ଫଟୋ ପ୍ରତିମୂର୍ତ୍ତିରେ ଧୂପ, ଦୀପ ଓ ପୁଷ୍ପ ଅର୍ପଣ କରାଯାଇ ପବିତ୍ର ମନୋଭାବରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।
ଏହି ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ, CRCC ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସମ୍ପୂର୍ଣ୍ଣ ପ୍ରାଙ୍ଗଣ ଉତ୍ସାହ ଓ ଖୁସିରେ ମୁଗ୍ଧ ହୋଇଯାଇଥିଲା।
ବାର୍ଷିକ କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ, ଗୀତ ଓ ନୃତ୍ୟରେ ଭାଗ ନେଇ ଦର୍ଶକମାନଙ୍କୁ ମନୋରଞ୍ଜନ କରିଥିଲେ। ପ୍ରତିଯୋଗିତାରେ ସଫଳ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା।
ସମଗ୍ର କାର୍ଯ୍ୟକ୍ରମ ଶିକ୍ଷା, ସଂସ୍କୃତି ଓ ଶିଶୁମାନଙ୍କ ପ୍ରତିଭା ପ୍ରଦର୍ଶନର ଏକ ସୁନ୍ଦର ଦୃଷ୍ଟାନ୍ତ ଭାବେ ସଫଳତାର ସହ ସମ୍ପନ୍ନ ହୋଇଥିଲା।

Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.