ବିଷମ କଟକ ବ୍ଲକ୍ରେ ରୋଡ଼ ଉପରୁ ପନିପରିବା ବଜାର ସ୍ଥାନାନ୍ତର | ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ପ୍ରଶଂସନୀୟ ପଦକ୍ଷେପ
ରାୟଗଡ଼ା ଜିଲ୍ଲାର ବିଷମ କଟକ ବ୍ଲକ୍ର ଦୈନିକ ପନିପରିବା ବଜାର ଦୀର୍ଘଦିନ ଧରି ରୋଡ଼ ଉପରେ ଚାଲୁଥିଲା। ଏହା ଫଳରେ ଟ୍ରକ୍, ବସ୍ ଓ ଅନ୍ୟାନ୍ୟ ଭାରୀଯାନର ଯାତାୟାତରେ ବାଧା ସୃଷ୍ଟି ହେଉଥିଲା। ବେପାରୀ ଓ ଗ୍ରାହକଙ୍କ ଭିଡ଼ ଦୃଷ୍ଟିରୁ ଯେକୌଣସି ସମୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ଥିଲା।
ଏହି ସମସ୍ୟାକୁ ଗୁରୁତ୍ୱ ଦେଇ ବିଷମ କଟକ ଥାନା ଭାରପ୍ରାପ୍ତ ଅଧିକାରୀ, ବିଷମ କଟକ ବ୍ଲକ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ (BDO) ଏବଂ ସମ୍ପୃକ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ସହଯୋଗରେ ଏକ ସଂଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି।
ସୁରକ୍ଷା ଓ ଯାତାୟାତ ସୁବିଧାକୁ ଦୃଷ୍ଟିରେ ରଖି ପନିପରିବା ବେପାରୀଙ୍କୁ ଏକ ନିର୍ଦ୍ଧାରିତ ଓ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହା ଫଳରେ ଏବେ ରାସ୍ତାରେ ଗାଡ଼ି ଚଳାଚଳ ସୁଚାଳୁ ହେବା ସହିତ ସାଧାରଣ ଜନତାଙ୍କ ସୁରକ୍ଷା ମଧ୍ୟ ବୃଦ୍ଧି ପାଇଛି।
ଏହି ପ୍ରଶଂସନୀୟ ପଦକ୍ଷେପ ପାଇଁ ରାୟଗଡ଼ା ଜିଲ୍ଲାର ବିପ୍ଳବୀ ପରିକ୍ରମା ରିପୋର୍ଟର ଜବାବ ପାଲକା ଓ ସମସ୍ତ ୱେବ୍ ମିଡିଆ ସଂଗ ପକ୍ଷରୁ ବିଷମ କଟକ ଥାନା ଭାରପ୍ରାପ୍ତ ଅଧିକାରୀ, ବିଡ଼ିଓ ଏବଂ ସରପଞ୍ଚଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଯାଇଛି।
Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.