ବିଷମ କଟକରେ ଗୋହତ୍ୟା ଅଭିଯୋଗ: ପୋଲିସ୍ ଷ୍ଟେସନ୍ ସମ୍ମୁଖରେ Bajrang Dal ଓ ବୋଲ ବମ୍ ଗ୍ରୁପ୍ର ଧରଣା
ରାୟଗଡ଼ା ଜିଲ୍ଲାର ବିଷମ କଟକ ଅଞ୍ଚଳରେ ଗୋହତ୍ୟା ଅଭିଯୋଗକୁ ନେଇ ତୀବ୍ର ପ୍ରତିବାଦ ଦେଖାଦେଇଛି। ଦୁର୍ଗି ଗ୍ରାମ ପଞ୍ଚାୟତର ହରିଜନ ସାହି ଅନ୍ତର୍ଗତ ଆମ୍ବାଟୋଟା ନିକଟରେ ଗାଈ କଟାଯାଇଥିବା ଅଭିଯୋଗ ହୋଇଛି।
ଏହି ଘଟଣା ପରେ Bajrang Dalର କର୍ମୀମାନେ ଓ ସ୍ଥାନୀୟ “ବୋଲ ବମ୍” ଗ୍ରୁପ୍ ଏକତ୍ରିତ ହୋଇ ପ୍ରତିବାଦ ଆରମ୍ଭ କରିଛନ୍ତି। ଗୋହତ୍ୟା କାରୀଙ୍କୁ ଧରିବା ପ୍ରତିବାଦ ରେ ଆଜି ନିର୍ବାଣ ନନ୍ଦ ଗିରି ବାବାଙ୍କ ନେତୃତ୍ୱରେ ପ୍ରତିବାଦକାରୀମାନେ ଗାଈକୁ ଗାଡ଼ିରେ ନେଇ ବିଷମ କଟକ ପୋଲିସ୍ ଷ୍ଟେସନ୍ ସମ୍ମୁଖରେ ଧରଣାରେ ବସିଛନ୍ତି।
ପ୍ରତିବାଦକାରୀମାନଙ୍କ ଦାବି ହେଉଛି ଯେ, ଗୋହତ୍ୟା ଘଟଣାରେ ଜଡିତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଉ। ସେମାନେ ସପଷ୍ଟ କରିଛନ୍ତି ଯେ, ଯେପର୍ଯ୍ୟନ୍ତ ଅଭିଯୁକ୍ତମାନେ ଗିରଫ ହେଉନାହାନ୍ତି, ସେପର୍ଯ୍ୟନ୍ତ ପୋଲିସ୍ ଷ୍ଟେସନ୍ ସମ୍ମୁଖରେ ଧରଣା ଜାରି ରହିବ।
ଘଟଣାକୁ ନେଇ ଅଞ୍ଚଳରେ ତଣାତଣି ପରିସ୍ଥିତି ଦେଖାଦେଇଥିବା ବେଳେ ପୋଲିସ ପକ୍ଷରୁ ଶାନ୍ତି-ଶୃଙ୍ଖଳା ରକ୍ଷା ପାଇଁ କଠୋର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏପର୍ଯ୍ୟନ୍ତ ଘଟଣାର ତଦନ୍ତ ଜାରି ରହିଛି।

Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.