ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ୍ ବୃହଦାକାର ବହୁମୁଖୀ ସମବାୟ ସମିତି ଲି, (ବଡ଼ଗାଁ ଲ୍ୟାମ୍ପସ) ଧାନ ମଣ୍ଡି ଶୁଭାରମ୍ଭ କଲେ ଉପ ବଚସ୍ପତି ଭବାନୀ ଶଙ୍କର ଭୋଇ
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଲକ୍ ଅନ୍ତର୍ଗତ ବୃହଦାକାର ବହୁମୁଖୀ ସମବାୟ ସମିତି ଲିମିଟେଡ଼, ବଡ଼ଗାଁ (ବଡ଼ଗାଁ ଲ୍ୟାମ୍ପସ) ଦ୍ୱାରା ଧାନ ମଣ୍ଡିର ଶୁଭାରମ୍ଭ ମହା ସମାରୋହରେ ଅନୁଷ୍ଠିତ ହୋଇଛି। ଏହି ଧାନ ମଣ୍ଡି ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ଭବାନୀ ଶଙ୍କର ଭୋଈ ଯୋଗଦାନ କରି ଧାନ ମଣ୍ଡିକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ସମ୍ମାନୀୟ ଅତିଥି ଭାବେ ବଡ଼ଗାଁ ବ୍ଲକ୍ ଅଧ୍ୟକ୍ଷା ଦୁଲାରି ସରେଙ୍ଗ, MD ଭେଷଜ ବରିହା, ଲ୍ୟାମ୍ପସ କର୍ମଚାରୀ ସଞ୍ଜୟ ବେହେରା, ପ୍ରଦ୍ୟୁମ୍ନ ବିଶି, ସୁନିଲ ସା, ଲ୍ୟାମ୍ପସ ପ୍ରେସିଡେଣ୍ଟ ଭୁଲୁକୁ ଠେମେରିଆ, ଅହଲ୍ୟା ଲାକ୍ରା, ଜିଲ୍ଲା ପରିଷଦ ସଦସ୍ୟ ଅମିୟ କୁମାର ପ୍ରଧାନ, ସାଂସଦ ପ୍ରତିନିଧି ଶିଶିର ରାଉତ ରାୟ, ବିଧାୟକ ପ୍ରତିନିଧି ବାବୁଲି କରସେଲ ସହ ଲ୍ୟାମ୍ପସ ଡାଇରେକ୍ଟର ସଭ୍ୟ ଓ ସଭ୍ୟାମାନେ ଉପସ୍ଥିତ ଥିଲେ।
ଏହା ସହିତ ଚାଷୀ ରତ୍ନାକର ସା, ପ୍ରଫୁଲ୍ଲ ବିଶି, ପ୍ରିତବାସ ପଣ୍ଡା ସହ ବିଭିନ୍ନ ଗ୍ରାମ ପଞ୍ଚାୟତରୁ ବହୁ ସଂଖ୍ୟାରେ ଚାଷୀମାନେ ଯୋଗଦେଇ ଧାନ ମଣ୍ଡି ଶୁଭାରମ୍ଭକୁ ସଫଳ କରିଥିଲେ। ଚାଷୀମାନଙ୍କ ମଧ୍ୟରେ ଧାନ କ୍ରୟ ପ୍ରକ୍ରିୟାକୁ ନେଇ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା।
ଉଲ୍ଲେଖଯୋଗ୍ୟ ଯେ, ଏହି ଧାନ ମଣ୍ଡି ମାଧ୍ୟମରେ ଚାଷୀମାନେ ସିଧାସଳଖ ଭାବେ ନ୍ୟାୟସଂଗତ ମୂଲ୍ୟ ପାଇବେ ବୋଲି ଆଶା ପ୍ରକାଶ ପାଇଛି।
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଲକ୍ ରୁ ସନ୍ତୋଷ ଧନୁଆରଙ୍କ ରିପୋର୍ଟ,
ବିପ୍ଳବୀ ପରିକ୍ରମା।

Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.