ଭାରତ ରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିବସ ଅବସରରେ ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକରେ ବିଜେପି ପକ୍ଷରୁ ଗଭୀର ଶ୍ରଦ୍ଧା ସହ ମଣ୍ଡଳସ୍ତରୀୟ ସ୍ମୃତି ସଭା ଆୟୋଜିତ ହୋଇଥିଲା।
ଭାରତ ରତ୍ନ, ପୁର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିବସ ଅବସରରେ ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ମଣ୍ଡଳସ୍ତରୀୟ ସ୍ମୃତି ସଭା ଓ କାର୍ଯ୍ୟକ୍ରମ ଗଭୀର ଶ୍ରଦ୍ଧା ଓ ସମ୍ମାନ ସହିତ ଆୟୋଜିତ ହୋଇଥିଲା।
ବିଷମକଟକ ବିଜେପି ମଣ୍ଡଳ ସଭାପତି ସୋମନାଥ ହିମିରିକାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସର୍ବେଶ୍ୱର ସୁନା, ପୂର୍ବତନ ରାୟଗଡ଼ା ଜିଲ୍ଲା ବିଜେପି ଉପ-ସଭାପତି ଦୁର୍ଯ୍ୟୋଧନ ପାଳ, ପୂର୍ବତନ ଯୁବମୋର୍ଚ୍ଚା ସଭାପତି ଶିବ ପ୍ରସାଦ ପାଢ଼ୀ, ଶୁଭମ ମହାପାତ୍ର, ବାଦଲ କୁମାର ରଣା, ଯୁବ ନେତା ଗୌତମ ଉର୍ଲ୍ଲାକା ସହ ଅନେକ କାର୍ଯ୍ୟକର୍ତ୍ତା, ସମର୍ଥକ ଓ ସାଧାରଣ ଲୋକ ଉପସ୍ଥିତ ଥିଲେ।
ବକ୍ତାମାନେ ଅଟଳ ବିହାରୀ ବାଜପେୟୀଙ୍କ ଦେଶପ୍ରେମ, ସରଳ ଜୀବନଶୈଳୀ, ସହିଷ୍ଣୁ ଚିନ୍ତାଧାରା, ଦୂରଦର୍ଶୀ ନେତୃତ୍ୱ ଓ ରାଜନୈତିକ ସତ୍ୟନିଷ୍ଠାକୁ ସ୍ମରଣ କରିଥିଲେ। ତାଙ୍କ ଆଦର୍ଶ ଓ ନୀତିକୁ ଅନୁସରଣ କରି ସମାଜ ଓ ଦେଶ ପାଇଁ କାମ କରିବାକୁ ସେମାନେ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମର ଆରମ୍ଭ ଅଟଳ ବିହାରୀ ବାଜପେୟୀଙ୍କ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ ସହ କରାଯାଇଥିଲା। ଶେଷରେ ସମସ୍ତ ଉପସ୍ଥିତ ବ୍ୟକ୍ତି ତାଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ସଭା ସମାପ୍ତ ହୋଇଥିଲା।

Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.