ଅଙ୍ଗନୱାଡ଼ି କେନ୍ଦ୍ରରୁ ଚୋରୀ, FIR ପରେ ବି ନିଷ୍କ୍ରିୟ ପୋଲିସ୍ – ବୌଦ୍ଧ କଣ୍ଟାମାଳ
ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ପଳସାଗୋରା ଗ୍ରାମପଞ୍ଚାୟତର ଦପଲା-2 ଗ୍ରାମରେ ଅବସ୍ଥିତ ଅଙ୍ଗନୱାଡ଼ି କେନ୍ଦ୍ରରୁ ଚୋରୀ ଘଟଣା ଘଟିଥିବା ନେଇ ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି ହୋଇଛି।
ଗତ 27/12/2025 ରିଖ ରାତିରେ ଦୁର୍ବୃତ୍ତମାନେ ଅଙ୍ଗନୱାଡ଼ି କେନ୍ଦ୍ରର ତାଳା ଭାଙ୍ଗି ଗ୍ୟାସ୍ ସିଲିଣ୍ଡର୍, ଅଣ୍ଡା, ଚାଉଳ ସହିତ ଅନ୍ୟାନ୍ୟ ଆବଶ୍ୟକୀୟ ଆସବାବପତ୍ର ଚୋରୀ କରିନେଇଛନ୍ତି।
ଏହି ଘଟଣା ସମ୍ପର୍କରେ ଅଙ୍ଗନୱାଡ଼ି କର୍ମୀ ଲିଜା ରଣା ମନମୁଣ୍ଡା ଥାନାରେ ଲିଖିତ ଅଭିଯୋଗ (FIR) ଦାଖଲ କରିଛନ୍ତି। କିନ୍ତୁ ଅଭିଯୋଗ ହୋଇଥିବା ତିନି ଦିନ ବିତିଯାଇଥିଲେ ମଧ୍ୟ ପୋଲିସ୍ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବାରୁ ଚୋରମାନେ ଏପର୍ଯ୍ୟନ୍ତ ଧରାପଡ଼ୁନାହାନ୍ତି।
ପୋଲିସ୍ ନିଷ୍କ୍ରିୟତାକୁ ନେଇ ଗ୍ରାମବାସୀମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଥିବା ବେଳେ, ଶୀଘ୍ର ଚୋରୀ ଘଟଣାର ତଦନ୍ତ କରି ଦୋଷୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।

Share this article
View More
ବିଷମ କଟକ ବ୍ଲକ୍ କଲୋନୀରେ ମଧ୍ୟରାତ୍ରୀ ଚୋରି: କନିଷ୍ଟ ଯନ୍ତ୍ରୀଙ୍କ ଘରୁ ସୁନା-ରୂପା ଏବଂ କିଛି ଟଙ୍କା ଲୁଟ, ଅଞ୍ଚଳରେ ଭୟ
Apr 15, 2026
ରାୟଗଡ଼ା ବିଷମ କଟକରେ ଭବ୍ୟ ଭାବେ ପାଳିତ ହେଲା ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ
Apr 15, 2026
ରାୟଗଡ଼ାର ବିଷମ କଟକରେ ମହାବିଷୁବ ଅବସରରେ ବିଷୁବ ମିଳନ
Apr 15, 2026
ପଣା ସଂକ୍ରାନ୍ତିରେ ବିଷମ କଟକ ଭକ୍ତିମୟ, ହନୁମାନ ଜୟନ୍ତୀରେ ଭବ୍ୟ ଶୋଭାଯାତ୍ରା
Apr 15, 2026
BSP ଛାଡି BJP ରେ ଯୋଗଦାନ କଲେ କିଶୋର ମହାନନ୍ଦିଆ – ରାୟଗଡାରେ ରାଜନୈତିକ ଚର୍ଚ୍ଚା
Apr 14, 2026
Stay Updated
Subscribe to our newsletter for latest updates.